ନୂଆଖାଇ ପାଇଁ ୨ ଦିନ ଛୁଟି ଘୋଷଣା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

add-all

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୁକ୍ରବାର ଚିଠି ଲେଖିଛନ୍ତି। ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ‘ନୂଆଖାଇ’ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରିବା ନେଇ ଶ୍ରୀ ମିଶ୍ର ଦାବି କରିଛନ୍ତି। ଚିଠିରେ ସେ ଲେଖିଛନ୍ତି ଯେ, ଆସନ୍ତା ‌ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଳନ ହେବ। କିନ୍ତୁ ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କୁ ନୂଆଖାଇ ପର୍ବ ପାଳନ ପାଇଁ ୨ ଦିନ ଅନୁମତି ଦେଉନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ମୁଁ ଅନୁରୋଧ କରୁଛି ଯେ, ‘ନୂଆଖାଇ’ ପର୍ବ ପାଇଁ ୨ ଦିନ ଲୋକାଲ ‌ଛୁଟି ଘୋଷଣା କରାଯାଉ।

ଶ୍ରୀ ମିଶ୍ର କହିଛନ୍ତି ପଶ୍ଚିମ ଓଡ଼ିଶାରେ ନୂଆଖାଇକୁ ବ୍ୟାପକ ଭାବେ ପାଳନ କରାଯାଇଥାଏ। ସମ୍ବଲପୁର, ବରଗଡ଼, କଳାହାଣ୍ଡି ଏବଂ ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ପର୍ବକୁ ଆକର୍ଷଣୀୟ ଭାବେ ପାଳନ କରାଯାଇଥାଏ। ଖରିଫ ଋତୁରେ  ଫସଲ ଅମଳ କରିବା ପୂର୍ବରୁ ଚାଷୀମାନେ ମା’ ସମଲେଶ୍ବରୀ ଓ ମା’ ମାଣିକେଶ୍ବରୀଙ୍କ ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ମନ୍ଦିରରେ ନୂଆ ଧାନକୁ ଅର୍ପଣ କରିଥାନ୍ତି। ଦେଶ ବିଦଶେରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକେ ନିଜ ପରିବାରର ସଦସ୍ୟ, ବନ୍ଧୁବାନ୍ଧବ, ସଂପର୍କୀୟମାନଙ୍କୁ ଭେଟିବା ପାଇଁ ଆସିଥାନ୍ତି। ଗୋଟିଏ ଛାତ ତଳେ ପରିବାର ସଦସ୍ୟମାନେ ନୂଆଖାଇ ପାଳନ କରିଥାନ୍ତି।

ad-week
Leave A Reply

Your email address will not be published.