ଘର ଭିତରୁ ମିଳିଲା ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ

add-all

ଅମ୍ବାଲା: ଘର ଭିତରରୁ ସନ୍ଦେହଜନକ ଅବସ୍ଥାରେ ମିଳିଛି ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ। ପରିବାର ସବୁ ସଦସ୍ୟ ଗୁରୁବାର ରାତ୍ର ଭୋଜନ କରି ଶୋଇଥିବା ବେଳେ ଆଜି ଆଉ ଉଠି ନାହାନ୍ତି। ହରିଆଣାର ଅମ୍ବାଲା ଅନ୍ତର୍ଗତ ବାଲାନା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଏଥିସହ ମୃତଦେହ ନିକଟରୁ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି।
ଅମ୍ବାଲାର ଡେପୁଟି ଏସ୍‌ପି ତଥା ପୂର୍ବତନ କ୍ରିକେଟର ଯୋଗିନ୍ଦର ଶର୍ମା କହିଛନ୍ତି, ଲୋକଙ୍କ ଠାରୁ ଖବର ପାଇବା ପରେ ପୁଲିସର ଗୋଟିଏ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଦୁଇ ଜଣ ଛୋଟ ପିଲାଙ୍କୁ ମିଶାଇ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଜବତ କରାଯାଇଛି। ପୁଲିସ୍ ଟିମ୍ ଘଟଣାସ୍ଥଳରୁ ସୁଇସାଇଡ ନୋଟ ଜବତ କରିଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି।
ଗୁରୁବାର ରାତିରେ ପରିବାରର ସମସ୍ତ ସଦସ୍ୟ ଏକାଠି ରାତ୍ର ଭୋଜନ କରିଥିଲେ। ଏହାପରେ ସମସ୍ତେ ଶୋଇବାକୁ ଯାଇଥିଲେ। ଆଜି ଘରର ସବୁଠାରୁ ସାନ ଝିଅ ଆଶୁର ଜନ୍ମ ଦିନ ଥିଲା। ହେଲେ ସକାଳୁ ଘରର କୌଣସି ସଦସ୍ୟ ଉଠି ନଥିଲେ। ଦୀର୍ଘ ସମୟ ଧରି ଘରର ବନ୍ଦ ରହିବାରୁ ପଡ଼ୋଶୀମାନେ ସନ୍ଦେହ ପ୍ରକାଶ କରି ଡାକିବାକୁ ଯାଇଥିଲେ।
ହେଲେ କୌଣସି ଉତ୍ତର ନ ମଳିବାରୁ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ମୃତକମାନେ ହେଲେ ସଙ୍ଗତ ରାମ(୬୫), ତାଙ୍କ ପତ୍ନୀ ମହିନ୍ଦ୍ରା କୌର, ପୁଅ ସୁଖବିନ୍ଦର ସିଂହ(୩୪), ତାଙ୍କ ପତ୍ନୀ ରୀନା, ସେମାନଙ୍କ ଦୁଇ ଝିଅ ଆଶୁ(୫) ଓ ଜସି(୭)। ପୁଲିସ୍‌ ସୁଇସାଇଡ ନୋଟ ଜବତ କରିଥିଲେ ମଧ୍ୟ ମୃତ୍ୟୁର କାରଣ ସମ୍ପର୍କରେ କିଛି ବି କହିନାହିଁ।

ad-week
Leave A Reply

Your email address will not be published.