ନିଶାସକ୍ତ ଅବସ୍ଥାରେ ପଡ଼ୋଶୀ ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

add-all

ରାଉରକେଲା : ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ବୁଦେଲଜୋର ଗ୍ରାମରେ ଶୁକ୍ରବାର ଦିନ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସୋମା ଓରାମ ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ତାଙ୍କର ପଡୋଶୀ ହଉରୀ ଟିଗା ନାମ୍ନୀ ଜଣେ ମହିଳାଙ୍କୁ ହତ୍ୟା କରିଛି। ଶୁକ୍ରବାର ଅପରାହ୍ନରେ ଉକ୍ତ ମହିଳା ଗ୍ରାମରେ ଯାଉଥିବା ବେଳେ କୌଣସି କାରଣରୁ ସୋମା ଓରାମଙ୍କ ସଙ୍ଗେ ବଚସା ହୋଇଥିଲା। ସୋମା ହଠାତ ଏକ ଧାରୁଆ ଅସ୍ତ୍ରରେ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଉକ୍ତ ମହିଳା ହଉରୀଙ୍କ ମୃତ୍ୟୁ ହୋଇଥିଲା। ବିଶ୍ରା ଥାନା ଅଧିକାରୀ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଅଭିଯୁକ୍ତ ସୋମା ଓରାମ କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି।

ad-week
Leave A Reply

Your email address will not be published.