୬୫ ବର୍ଷୀୟ ବୃଦ୍ଧଙ୍କ କୁକର୍ମ, ନାତୁଣୀ ବୟସର ନାବାଳିକାଙ୍କୁ କଲେ ୭ ମାସର ଗର୍ଭବତୀ

add-all

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଂଚଳରେ ଜନୈକ ୬୫ ବର୍ଷର ବୃଦ୍ଧ ଜଣେ ନାବାଳିକା ଝିଅକୁ ଧମକଚମକ ଦେଇ ଲଗାତାର ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏବେ ସଂପୃକ୍ତ ନାବାଳିକା ଜଣଙ୍କ ୭ ମାସର ଗର୍ଭବତୀ ହୋଇଥିବା ଜଣାପଡିବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ଆଳି ଥାନାରେ ଅଭିଯୋଗ ହୋଇଛି। ଜଣେ ୬୫ ବର୍ଷିୟ ବୃଦ୍ଧ ବିଭିନ୍ନ ସମୟରେ ଧମକ ଚମକ ଦେଇ ନାବାଳିକାଙ୍କୁ  ଦୁଷ୍କର୍ମ କରିଆସୁଥିଲେ।

ଏସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବି ବୋଲି  କହି ବୃଦ୍ଧ ଜଣଙ୍କ ଧମକ ଦେଇଆସୁଥିଲା। ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ପିଡ଼ିତା ନାବଳିକାଙ୍କ ବାପା ଆଳି ଥାନରେ ଅଭିଯୋଗ ପତ୍ର ଦେଇ ନ୍ୟାୟଭିକ୍ଷା କରିଛନ୍ତି। ଅଭିଯୋଗ ପାଇବା ପରେ ଆଳି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଏନେଇ ପୋଲିସର ପତିକ୍ରିୟା ମିଳି ପାରିନାହିଁ।

ad-week
Leave A Reply

Your email address will not be published.