ଅରୁଣାଚଳରେ ବିହାରର ପ୍ରତିଶୋଧ ନେଲା ବିଜେପି, ଜେଡି(ୟୁ)ର ଏକମାତ୍ର ବିଧାୟକ ବିଜେପିରେ ସାମିଲ

add-all

ପାଟନା: ବିହାରର ପ୍ରତିଶୋଧ ଅରୁଣାଚଳରେ ନେଲା ବିଜେପି। ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ସହ ମେଣ୍ଟ କରି ସରକାର ଗଢ଼ିଥିଲା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡି(ୟୁ)। ଶେଷ ମୂହୁର୍ତ୍ତରେ ବିଜେପିକୁ ଜେଡି(ୟୁ) ଯେଉଁ ଧୋକା ଦେଇଥିଲା, ଆଜି ଅରୁଣାଚଳରେ ତାହାର ପ୍ରତିଶୋଧ ନେଇଛି ବିଜେପି। ଅରୁଣାଚଳରେ ଜେଡି(ୟୁ)ର ଥିବା ଏକମାତ୍ର ବିଧାୟକ ଆଜି ବିଜେପିରେ ସାମିଲ ହୋଇଥିବା ଜଣାପଡ଼ିଛି।
ଅରୁଣାଚଳ ପ୍ରଦେଶରେ ଥିବା ଜେଡି(ୟୁ)ର ଏକମାତ୍ର ବିଧାୟକ ଟେଚି କାସୋ ତାଙ୍କ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଅରୁଣାଚଳରେ ଦଳୀୟ କର୍ମୀଙ୍କୁ ସ୍ୱାଗତ କରି ନଡ୍ଡା ଏକ ଟୁଇଟ୍‌ କରି ଲେଖିଛନ୍ତି ଯେ କାସୋ ଏବଂ ଅନ୍ୟ ନେତାଙ୍କ ଯୋଗଦାନରେ ସଂଗଠନ ଅଧିକ ଶକ୍ତିଶାଳୀ ହେବ। ରାଜ୍ୟର ବିକାଶରେ ସେମାନଙ୍କର ଭୂମିକା ନିର୍ବାହ କରି ସମସ୍ତ ନେତା ବିଜେପିର ବିକାଶ ଯାତ୍ରାକୁ ନୂତନ ଉଚ୍ଚତାକୁ ନେବେ ବୋଲି ସେ ଲେଖିଛନ୍ତି। କାସୋ ସାମିଲ ହେବା ପରେ ଅରୁଣାଚଳରେ ୬୦ସଦସ୍ୟ ବିଶିଷ୍ଟ ଗୃହରେ ବିଜେପିର ଶକ୍ତି ୪୯କୁ ବୃଦ୍ଧି ପାଇଛି।
ଉଲ୍ଲେଖଯୋଗ୍ୟ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଜେଡି (ୟୁ) ୨୦୧୯ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ୧୫ଟି ଆସନ ମଧ୍ୟରୁ ୭ଟି ଜିତି ବିଜେପି(୪୧ଟି ଆସ) ପରେ ରାଜ୍ୟର ଦ୍ୱିତୀୟ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା। ହେଲେ ଡିସେମ୍ବର ୨୫, ୨୦୨୦ରେ ୬ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହେବା ପରେ ଅରୁଣାଚଳରେ ଟେଚି କାସୋ ଜେଡି (ୟୁ)ର ଏକମାତ୍ର ବିଧାୟକ ହୋଇଯାଇଥିଲେ। ହେଲେ ଏବେ ସେ ବିଜେପିରେ ସାମିଲ ହେବା ପରେ ଅରୁଣାଚଳରେ ଜେଡି (ୟୁ) ବିଧାୟକ ଶୂନ୍ୟ ହୋଇଛି।

ad-week
Leave A Reply

Your email address will not be published.