ଶିକ୍ଷକଙ୍କ ମାଡରେ ୨୦ ବିଦ୍ୟାର୍ଥୀ ରକ୍ତାକ୍ତ ଘଟଣା ; ମାତାଲ ଶିକ୍ଷକ ନିଳମ୍ବିତ

add-all

ମୋହନା :  ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ଲୁଧିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ମଦ୍ୟପାନ କରି ମାତାଲ ଅବସ୍ଥାରେ ଅନ୍ୟ ଏକ ବିଦ୍ୟାଳୟ ଡେଙ୍ଗାସଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିନା କାରଣରେ ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ୨ଟି ବାଉଁଶ ବାଡିରେ ଆଖିବୁଜା ମାଡ ମାରି ଲହୁ ଲୁହାଣ କରିଥିଲେ । ଏହି ସମୟରେ କିଛି ଶିକ୍ଷକ ବୁଝାସୁଝା କରିବାକୁ ଆସିଥିବା ବେଳେ ସେମାନଙ୍କୁ ମଧ୍ୟ ମାଡ ମାରିଥିଲେ। ପିଲାମାନଙ୍କର ଅବିଭାବକ ମାନେ ଏହି ଘଟଣା ଜାଣିବା ପରେ ସେଠାରୁ ପିଲା ମାନଙ୍କୁ ଉଦ୍ଧାର କରି ୨ଟି ଅଟୋରେ ନେଇ ଆସି ଅଡବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପିଲାମାନଙ୍କର ଗୋଡ, ହାତ,ଛାତି ଓ ମୁଣ୍ଡରେ ଆଘାତ ଲାଗିଛି । ଖବର ପାଇ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବଦାସ ତାମରାପୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କଠାରୁ ସମସ୍ତ ବୟାନ ନେଇଥିଲେ । ମଦ୍ୟପ ଶିକ୍ଷକ ବେହେରାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦୃଢ ପ୍ରତିଶୃତି ମଧ୍ୟ ଦେଇଥିଲେ।

ଏହି ପରିପେକ୍ଷୀରେ ଶୁକ୍ରବାର ଦିନ ଶିକ୍ଷକ ଶ୍ରୀ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବନ କାରାଯାଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.