ଯାଜପୁର ଯୋକଡ଼ିଆ ବ୍ୟାରେଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଯୁବତୀ ନିଖୋଜ

add-all

ଯାଜପୁର: ପୁଣି ଯୋକଡ଼ିଆ ବ୍ୟାରେଜ ଉପରୁ ଖରସ୍ରୋତା ନଦୀକୁ ଡେଇଁଲେ ଆଉ ଜଣେ ଯୁବତୀ। ଯାଜପୁର ଜିଲ୍ଲା କୁଆଖିଆ ଥାନା ଯୋକଡ଼ିଆ ବ୍ୟାରେଜ ଉପରୁ ଖରସ୍ରୋତା ନଦୀକୁ ଆଜି ସକାଳୁ ଜଣେ ଯୁବତୀ ଡେଇଁ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି।

ଯୁବତୀ ଜଣକ ସ୍ଥାନୀୟ ଶ୍ରୀବନ୍ତପୁର ପଞ୍ଚାୟତ ସାରଙ୍ଗପୁର ଗ୍ରାମର ବେଣୁଧର ନାୟକଙ୍କ ଝିଅ ବୋଲି ସୂଚନା ମିଳିଛି। ତେବେ ଯୁବତୀ ଜଣକ ନଦୀକୁ ଡେଇଁ ନିଖୋଜ ଥିବା ବେଳେ ସେ ନଦୀକୁ କାହିଁକି ଡେଇଁଲେ ତାର କାରଣ ସ୍ପଷ୍ଟ ଜଣାପଡିନାହିଁ। ଏସମ୍ପର୍କରେ ରସୁଲପୁର ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଛି।

ad-week
Leave A Reply

Your email address will not be published.