୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ରାଜନୈତିକ ଦଳଗୁଡ଼ିକ ଅଜ୍ଞାତ ଉତ୍ସରୁ ଆୟ କରିଛନ୍ତି କୋଟି କୋଟି ଟଙ୍କା

add-all

ନୂଆଦିଲ୍ଲୀ: ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ୮ଟି ଜାତୀୟ ରାଜନୈତିକ ଦଳ ମୋଟ ୧୩୭୩.୭୮୩ କୋଟି ଟଙ୍କା ଆୟ କରିଛନ୍ତି। ସେହିପରି ଏହି ସମୟ ମଧ୍ୟରେ ଦେଶର ୨୭ଟି ଆଞ୍ଚଳିକ ରାଜନୈତିକ ଦଳ ମୋଟ ୫୩୦.୭୦୩ କୋଟି ଟଙ୍କା ଆୟ କରିଥିବା ଜାଣିବା ପାଇଁ ମିଳିଛି।
ତେବେ, ଗୁରୁତ୍ୱପୂର୍ଣ୍ଣ ହେଲା ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୮ଟି ଜାତୀୟ ରାଜନୈତିକ ଦଳ ଅଜ୍ଞାତ ଉତ୍ସରୁ ୪୨୬.୭୪୨ କୋଟି ଟଙ୍କା ଆୟ କରିଥିବା ଘୋଷଣା କରିଛନ୍ତି। ସେହିପରି ୨୭ଟି ଆଞ୍ଚଳିକ ଦଳ ଅଜ୍ଞାତ ଉତ୍ସରୁ ୨୬୩.୯୨୮ କୋଟି ଟଙ୍କା ଆୟ କରିଥିବା ସ୍ୱୀକାର କରିଛନ୍ତି।
୨୦୨୦-୨୧ ଆର୍ଥିକ ବର୍ଷରେ ଜାତୀୟ କଂଗ୍ରେସ ଅଜ୍ଞାତ ଉତ୍ସରୁ ୧୭୮.୭୮୨ କୋଟି ଟଙ୍କା ଆୟ କରିଛି। ସେହିପରି ବିଜେପି ଅଜ୍ଞାତ ଉତ୍ସରୁ ୧୦୦.୫୦୨ କୋଟି ଟଙ୍କା ଆୟ କରିଛି।
ସେହିପରି ଅଜ୍ଞାତ ଉତ୍ସରୁ ଦେଶର ପ୍ରମୁଖ ୫ଟି ଆଞ୍ଚଳିକ ରାଜନୈତିକ ଦଳ କରିଥିବା ଆୟ ମଧ୍ୟରୁ ୱାଇଏସଆର-କଂଗ୍ରେସ- ୯୬.୨୫୦୭ କୋଟି ଟଙ୍କା, ଡିଏମକେ ୮୦.୦୧୮ କୋଟି ଟଙ୍କା, ବିଜେଡ଼ି ୬୭.୦୦୩୪ କୋଟି ଟଙ୍କା, ଏମଏନଏସ ୫.୭୭୩ କୋଟି ଟଙ୍କା ଏବଂ ଆପ୍‌ ୫.୩୫୨ କୋଟି ଟଙ୍କା ଆୟ କରିଛି।

ad-week
Leave A Reply

Your email address will not be published.