୭ରେ ବଙ୍ଗୋପସାଗରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

add-all

ଚଳିତ ବର୍ଷ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହେବ। ଫଳରେ ଉତ୍ତରପ୍ରଦେଶ ଏବଂ ବିହାରର ଶୁଖିଲା ସ୍ଥାନକୁ ବର୍ଷା ଆଣିବ ମୌସୁମୀ। ପାଣିପାଗ ପୂର୍ବାନୁମାନକାରୀମାନେ ଆକଳନ କରି କହିଛନ୍ତି ଯେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଲକ୍ଷଣ ପରିଲକ୍ଷିତ ହୋଇଥିବାରୁ ଏପରି ଘଟିବ।
ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଶୀଘ୍ର ପ୍ରତ୍ୟାହାର ହେବାର ଗତ ସପ୍ତାହର ପୂର୍ବାନୁମାନକୁ ଏବେ ଭୁଲ ସାବ୍ୟସ୍ତ କରିବାକୁ ଯାଉଛି। ଏବଂ ଏଥିସହ ଦେଶରେ ମୌସୁମୀ ଋତୁକାଳୀନ ବର୍ଷାର ପରିମାଣ ବଢ଼ିବାକୁ ଯାଉଛି ବୋଲି ଘୋଷଣା କରିଛନ୍ତି।

ଯଦିଓ ଆମେ ଦକ୍ଷିଣ-ପଶ୍ଚିମ ମୌସୁମୀ ଶୀଘ୍ର ପ୍ରତ୍ୟାହାର ହୋଇଯିବ ବୋଲି ଆଶା କରିଥିଲୁ, ତଥାପି ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ଆଖପାଖ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସେପ୍ଟେଟର ୭ରେ ସୃଷ୍ଟି ହେବାକୁ ଥିବା ଏକ ଘୂର୍ଣ୍ଣିବଳୟ ମୌସୁମୀ ଟ୍ରଫ୍‌ ଲାଇନକୁ ଦକ୍ଷିଣ ଆଡକୁ ସ୍ଥାନାନ୍ତର କରିବ। ଏହା ଫଳରେ କେନ୍ଦ୍ରୀୟ ଏବଂ ଉତ୍ତର ଭାରତରେ ବର୍ଷାର ମାତ୍ରା ବୃଦ୍ଧି ପାଇବ ବୋଲି ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି।

ତେଣୁ, ମୌସୁମୀର ଶୀଘ୍ର ପ୍ରତ୍ୟାହାର ପାଇଁ ପରିସ୍ଥିତି ଅନୁକୂଳ ନୁହେଁ ବୋଲି ସେ କହବା ସହ ପାଣିପାଗ କାର୍ଯ୍ୟାଳୟ ପରିସ୍ଥିତି ଉପରେ ନଜର ରଖିବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୫ରେ, ପାଣିପାଗ କାର୍ଯ୍ୟାଳୟ ସେପ୍ଟେଟର ୧୭ର ସାଧାରଣ ତାରିଖ ତୁଳନାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଶୀଘ୍ର ପ୍ରତ୍ୟାହାର ହୋଇଯିବ ବୋଲି ପୂର୍ବାନୁମାନ କରିଥିଲା।

ad-week
Leave A Reply

Your email address will not be published.