ବିଧାୟକଙ୍କ ବିରୁଦ୍ଧରେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଅସଦାଚରଣ ଅଭିଯୋଗ

add-all

ଭୁବନେଶ୍ୱର: ଆନନ୍ଦପୁର ବିଧାୟକ ଭାଗିରଥି ସେଠିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି | ଆନନ୍ଦପୁରଠାରେ ଅନୁଷ୍ଠିତ ହୋଇଥିବା ପଂଚାୟତ ସମିତି ବୈଠକରେ ଯୋଗଦେଇଥିବା ୩ନଂ ଜୋନର ଜିଲ୍ଲାପରିଷଦ ସଭ୍ୟାଙ୍କୁ ସଭାରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି |

ସଭାରେ ଆଲୋଚନା ବେଳେ ନିର୍ଦ୍ଧାରିତ ବିଷୟକୁ ଛାଡି ଅନ୍ୟ କଥା ଆଲୋଚନା କରୁଥିବାବେଳେ ବିଧାୟକଙ୍କୁ ବିରୋଧ କରିଥିଲେ ଜିଲ୍ଲାପରିଷଦ ସଭ୍ୟା ଅସୀମା ମିଶ୍ର | ବିରୋଧ ପରେ ଅସୀମା ମିଶ୍ରଙ୍କୁ କଟୁ ଭାଷାରେ ଦେବା ସହ ତୁ କିଏ ବୋଲି ପ୍ରଶ୍ନ କରିଥିଲେ ବିଧାୟକ, ଶେଷରେ ସଭାରେ ଅପମାନିତ ହୋଇ ସଭାରୁ ଫେରି ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହେଇଛନ୍ତି ଅସୀମା ମିଶ୍ର |

ad-week
Leave A Reply

Your email address will not be published.