ମହିଳାଙ୍କ ପେଟରୁ ବାହାରିଲା ୪୫ କେଜିର ଟ୍ୟୁମର

add-all

ନୂଆଦିଲ୍ଲୀ: କେଜିଏକି ୨ କେଜି ନୁହଁ। ମହିଳାଙ୍କ ପେଟରୁ ବାହାରିଛି ୪୫ କେଜିର ଟ୍ୟୁମର। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଜଣେ ମହିଳାଙ୍କ ପେଟରୁ ପ୍ରାୟ ୪୫ କେଜି ଟ୍ୟୁମର ବାହାର କରିବାରେ ଡାକ୍ତର ସଫଳ ହୋଇଛନ୍ତି। ଅସ୍ତ୍ରୋପଚାର ମଧ୍ୟ ସଫଳ ହୋଇଛି। ବ୍ରାଜିଲର ସାଓ ଜୋସେ ଡୋ ଅଭାନି ମେଡିକାଲରୁ ଏଭଳି ଘଟଣା ସାମ୍ନକୁ ଆସିଛି।
ଡାକ୍ତରମାନେ କହିଛନ୍ତି ଯେ, ଏହା ପୂର୍ବରୁ ସେମାନେ ଏତେ ବଡ଼ ଟ୍ୟୁମର ଦେଖି ନଥିଲେ। ବ୍ରାଜିଲର ରିୟୋ ଡି ଜେନେରିୟୋର ନାମ୍ନୀ ଜଣେ ହମିଳା ରୋଗୀଙ୍କ ପେଟରୁ ଏହି ଟ୍ୟୁମର ବାହାରିଥିଲା। ପରୀକ୍ଷା ନୀରିକ୍ଷା ପରେ ଡାକ୍ତରମାନେ ବୁଧବାର ଅସ୍ତ୍ରୋପଚାର କରି ମହିଳାଙ୍କ ଶରୀରରୁ ୧୦୦ ପାଉଣ୍ଡ(୪୫ କିଲୋଗ୍ରାମ)ର ଟ୍ୟୁମର ବାହାର କରିଥିଲେ। ଅପରେଶନ ପାଇଁ ୧୪ ଜଣ ଡାକ୍ତରଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା। ଏହି ଟ୍ୟୁମରଟି ୪ ଫୁଟ ଚଉଡା, ୯ ଇଞ୍ଚ ଲମ୍ବ ଏବଂ ଏହାର ଓଜନ ୪୫ କିଲୋ ପାଖାପାଖି ଥିଲା।ହସ୍ପିଟାଲର ଡାକ୍ତର ଗ୍ଲାସିଓ ବୋଚେଟ୍ ଟ୍ୟୁମରର କିଛି ଚିତ୍ର ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଚିତ୍ର ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ମହିଳା ଜଣକ ଗତ ୫ ବର୍ଷ ଧରି ଟ୍ୟୁମର ଯନ୍ତ୍ରଣା ଭୋଗି ଆସୁଥିଲେ। ସେହିପା ମହିଳା ଜଣଙ୍କୁ କ୍ୟନ୍ସର ହୋଇଛି କି ନାହିଁ ସେନେଇ ପରୀକ୍ଷା କରାଯାଉଛି।
ମହିଳା ଜଣକ ଏବେବି ଡାକ୍ତରଖାନାରେ ଅଛନ୍ତି। ତାଙ୍କ ଅବସ୍ଥା ସ୍ଥିର ରହିଛି। ବ୍ରାଜିଲର ନ୍ୟୁଜ୍ ଆଉଟଲେଟ୍ ‘ୟୁଓଏଲ’ ମାଧ୍ୟମରେ ଡା. ବୋଚେଟ୍ କହିଛନ୍ତି, ‘‘ଏହା ସବୁଠାରୁ ବଡ଼ ଟ୍ୟୁମର ଥିଲା, ଯାହାର ଅପରେସନ୍ ମୁଁ କରିଛି ଓ ନିଶ୍ଚିତ ରୂପେ ବର୍ତ୍ତମାନ ସୁଦ୍ଧା ଏହା ସବୁଠୁ ବଡ଼ ଟ୍ୟୁମର। ତେବେ ବାୟୋପ୍ସି ରିପୋର୍ଟ ଆସିବାକୁ ପ୍ରାୟ ତିନି ସପ୍ତାହ ଲାଗିବ।

ad-week
Leave A Reply

Your email address will not be published.