ଚିଟଫଣ୍ଡ ଦୁର୍ନୀତି: ତୃଣମୂଳ ବିଧାୟକ ସୁବୋଧ ଅଧିକାରୀଙ୍କ ଘରେ ଚଢାଉ କଲା ସିବିଆଇ

add-all

କୋଲକାତା: ଚିଟଫଣ୍ଡ ଦୁର୍ନୀତି ମାମଲାରେ ବିଜପୁରର ତୃଣମୂଳ (ଟିଏମସି) ବିଧାୟକ ସୁବୋଧ ଅଧିକାରୀଙ୍କ ବାସଭବନ ସମେତ ଉତ୍ତର ୨୪ପ୍ରଗଣାର ଅନେକ ସ୍ଥାନରେ ରବିବାର (ସେପ୍ଟେଟର ୪) କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଚଢାଉ ଆରମ୍ଭ କରିଛି।
ସିବିଆଇର ଏକ ପ୍ରତିନିଧି ଦଳ ସୁବୋଧ ଅଧିକାରୀଙ୍କ ଭାଇ ତଥା କଞ୍ଚରାପାରା ମ୍ୟୁନିସିପାଲିଟିର ଅଧ୍ୟକ୍ଷ କମଲ ଅଧିକାରୀଙ୍କ ଘରକୁ ମଧ୍ୟ ଯାଇଥିବା ଜାଣିବାକୁ ମିଳିଛି। ରବିବାର ସକାଳରୁ ଉତ୍ତର ୨୪ପ୍ରଗଣାର ହାଲିସହର ଏବଂ କାଞ୍ଚରାପାରାରେ ସିବିଆଇର ମୋଟ ଛଅଟି ଦଳ ଚଢାଉ ଆରମ୍ଭ କରିଛନ୍ତି।
ଚିଟଫଣ୍ଡ ଘୋଟାଲା ମାମଲାରେ ସିବିଆଇ ପୂର୍ବରୁ ଶୁକ୍ରବାର ତୃଣମୂଳ କଂଗ୍ରେସ (ଟିଏମସି) ନେତା ତଥା ହାଲିଶାହର ମ୍ୟୁନିସିପାଲିଟି ଅଧ୍ୟକ୍ଷ ରାଜୁ ସାହାନିଙ୍କୁ ଗିରଫ କରିଥିଲା। ଅନୁସନ୍ଧାନ କାରୀ ସଂସ୍ଥା ସିବିଆଇ ତାଙ୍କ ଘରୁ ନଗଦ ୮୦ ଲକ୍ଷ ଟଙ୍କା ଏବଂ ୨.୭୫କୋଟି ଟଙ୍କା ସମ୍ପତ୍ତିର ଦସ୍ତାବିଜକୁ ମଧ୍ୟ ଜବତ କରିଥିଲା। କିଛି ଦିନର ବ୍ୟବଧାନ ପରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆଜି ପୁଣି ଥରେ ଜୋରଦାର ଢ଼ଙ୍ଗରେ ତଦନ୍ତ ଆରମ୍ଭ କରିବା ଘଟଣାକୁ କେନ୍ଦ୍ର କରି ପଣ୍ଚିମବଙ୍ଗରେ ରାଜନୈତିକ ହଟଚମଟ ସୃଷ୍ଟି କରିଛି।

ad-week
Leave A Reply

Your email address will not be published.