ଶିକ୍ଷକଙ୍କ ଉଦ୍ୟମ ଆମକୁ ନୂଆ ଉପଲବ୍ଧି ହାସଲ ଦିଗରେ ସହାୟକ ହେବ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

add-all

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁଦିବସ ପୂର୍ବ ସନ୍ଧ୍ୟାରେ ଶିକ୍ଷକ ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ମୁର୍ମୁ ପୂର୍ବତନ ରାଷ୍ଟ୍ରପତି ଡଃ ଏସ୍ ରାଧାକ୍ରିଷ୍ଣନ୍ ସମସ୍ତ ଶିକ୍ଷକଙ୍କ ପାଇଁ ଏକ ପ୍ରେରଣା ବୋଲି କହିଛନ୍ତି।
ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଡଃ ଏସ୍ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ସେ ସମସ୍ତ ଶିକ୍ଷକମାନଙ୍କ ପାଇଁ ଏକ ପ୍ରେରଣା, ଯେଉଁମାନେ ଜ୍ଞାନ ବ୍ୟତୀତ ଛାତ୍ରମାନଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧ ସୃଷ୍ଟି କରନ୍ତି। ସେକହିଛନ୍ତି, ଆମର ଶିକ୍ଷକମାନେ କ୍ରମାଗତ ଭାବରେ ନୂତନ ଅନୁସନ୍ଧାନ, ପରୀକ୍ଷଣ ଏବଂ ଉଦ୍ଭାବନ ମାଧ୍ୟମରେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଜାତୀୟ ଶିକ୍ଷା ନୀତି -୨୦୨୦ ମାଧ୍ୟମରେ ଆମ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣାଯାଉଛି। ଏହା ମଧ୍ୟ ଆମ ଶିକ୍ଷା ବ୍ୟବସ୍ଥାରେ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧ ଏବଂ ଭାଷାଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ସୁଯୋଗ ଯୋଗାଉଛି ବୋଲି ସେ କହିଛନ୍ତି।
ରାଷ୍ଟ୍ରପତି ଆଶା ପୋଷଣ କରିଛନ୍ତି ଯେ ଅଧିକ ପ୍ରତିଭା ଶିକ୍ଷାଦାନର ଉତ୍ତମ ବୃତ୍ତିରେ ଯୋଗ ଦିଅନ୍ତୁ। ଶିକ୍ଷକଙ୍କ ଉଦ୍ୟମ ହେତୁ ଦାୟିତ୍ୱବାନ ନାଗରିକ ସୃଷ୍ଟି ହୁଅନ୍ତି, ଯେଉଁମାନେ ଦେଶର କଲ୍ୟାଣ ପାଇଁ ସବୁ ପ୍ରକାର କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।

ad-week
Leave A Reply

Your email address will not be published.