ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

add-all

ଭୁବନେଶ୍ୱର: ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳ ସ୍ଥିତ ଏକ କଲେଜ ହଷ୍ଟେଲରୁ ଏହି ମୃତଦେହ ସନ୍ଧ୍ୟାରେ ମିଳିଛି। ମୃତ ନର୍ସିଂ ଛାତ୍ରୀ ଜଣଙ୍କ ବଲାଙ୍ଗିରର ବୋଲି ସୂଚନା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏବଂ ଯଦି ଆତ୍ମହତ୍ୟା କେଉଁ କାରଣ ପାଇଁ ଯୁବତୀ ଜଣକ ଏଭଳି ପଦକ୍ଷେପ ନେଲେ ତାହାକୁ ନେଇ ସନ୍ଦେହ ଦେଖା ଦେଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ad-week
Leave A Reply

Your email address will not be published.