ନିଶା ନିବାରଣ କେନ୍ଦ୍ର ମାଲିକ ଗିରଫ

add-all

ବାରିପଦା: ପୁଣି ବନ୍ଧା ହେଲେ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତି। ବାରିପଦା ତୁଳସୀ ଚଉରା ସାହିରେ ଥିବା ଏକ ବେସରକାରୀ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତିଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ।

ଗତ କିଛି ଦିନ ତଳେ ଗିରଫ ଅବନୀ ପତି ବେଆଇନ ନିଶା ନିବାରଣ କେନ୍ଦ୍ର ଚଳାଉଥିବା ଏବଂ ଅନ୍ତେବାସୀ ସହ ଜଣେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ କିଛି ଦିନ ତଳେ ଅବନୀ ପତି ଜାମିନରେ ଆସିଥିଲେ।

ଏହି ସମୟରେ ସେ ପୁଣି ଥରେ ନିଶା ନିବାରଣ କେନ୍ଦ୍ର ଖୋଲିବା ଏବଂ ଅନ୍ତେବାସୀଙ୍କୁ ରଖିବା ଖବର ପାଇ ପୁଲିସ ଚଢାଉ କରିଥିଲା। ପୁର୍ବରୁ ନିଶା ନିବାରଣ କେନ୍ଦ୍ରକୁ ପ୍ରଶାସନ ବନ୍ଦ କରିଥିବା ବେଳେ ଜାମିନରେ ଆସିଥିବା ସର୍ତ୍ତାବଳୀକୁ ଅମାନ୍ୟ କରିଥିବା ଯୋଗୁଁ ପୁଲିସ ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.