ଆୟ ବହିର୍ଭୁତ ସମ୍ପତ୍ତି ଠାବ୍‌ କରିବାରେ ଦେଶରେ ଓଡ଼ିଶା ଭିଜିଲାନ୍‌ସ ନମ୍ବର ୱାନ: NCRB ରିପୋର୍ଟ

add-all

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠାବ୍‌ କରିବାରେ ଦେଶରେ ଓଡ଼ିଶା ଭିଜିଲାନ୍‌ସ ନମ୍ବର ୱାନ। NCRB ରିପୋର୍ଟ ମୁତାବକ ଓଡ଼ିଶା ଭିଜିଲାନ୍‌ସ ଅଧିକ ସକ୍ରିୟ। ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଆର୍ଥିକ କାରବାର ଖୋଳତାଡ୍‌ କରିବାରେ ମାହିର ଓଡ଼ିଶା ଭିଜିଲାନ୍‌ସ ଅଧିକାରୀ। NCRB ତଥ୍ୟ ମୁତାବକ ୨୦୨୧ରେ ଦେଶରେ ୩୯୮ ଆୟବହିର୍ଭୁତ ସମ୍ପତ୍ତି କେସ୍‌ ହୋଇଥିଲା। ସେଥିରୁ କେବଳ ଓଡ଼ିଶାରେ ହୋଇଥିଲା ୯୨ଟି କେସ୍‌ ।

ଯାହା ମୋଟ୍‌ ମାମଲାର ୨୩ ପ୍ରତିଶତ। ୧୮ ପ୍ରତିଶତ ସହ ଦ୍ୱିତୀୟରେ ଥିଲା ତାମିଲନାଡୁ ଓ ୧୧ ପ୍ରତିଶତ ସହ ତୃତୀୟରେ ଥିଲା କର୍ଣ୍ଣାଟକ। ଅପରାଧିକ କାର୍ଯ୍ୟକଳାପ ନେଇ ଓଡ଼ିଶା ଭିଜିଲାନ୍‌ସରେ ୭୫ଟି ମାମଲା ହୋଇଥିଲା। ଯାହା ସାରା ଦେଶରେ ଦ୍ୱିତୀୟ। ସେହିପରି ଦୋଷୀ ସରକାରୀ ଅଧିକାରୀଙ୍କୁ କାର୍ଯ୍ୟରୁ ବରଖାସ୍ତ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା ଭିଜିଲାନ୍‌ସ। ଦୋଷୀ ସାବ୍ୟସ୍ତ ୧୨ ଅଧିକାରୀଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଥିଲା। ଅଭିଯୁକ୍ତ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଅଗ୍ରଣୀ ରାଜ୍ୟ ଓଡ଼ିଶା। ଦୋଷୀ ସାବ୍ୟସ୍ତ ହାର ୪୨.୫ ପ୍ରତିଶତ ରହିଛି।

ad-week
Leave A Reply

Your email address will not be published.