ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

add-all

ଢେଙ୍କାନାଳ: ହାତୀମୃତ୍ୟୁ ଘଟଣାରେ ବନବିଭାଗର କାର୍ଯ୍ୟାନୁଷ୍ଠାନ। କାମାକ୍ଷାନଗର ମହାବିରୋଡ଼ ରେଞ୍ଜରେ ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ। ଗତ ମାସ ୨୮ ତାରିଖରେ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନର ଘାଘରାମୁଣ୍ଡା ଗାଁର ଖେସରା ଜଙ୍ଗଲରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିଲା।

ଏନେଇ ଫରେଷ୍ଟର ସରୋଜ କୁମାର ବେହେରା ଓ ଫରେଷ୍ଟ ଗାର୍ଡ ସ୍ୱର୍ଣ୍ଣପ୍ରଭା ସେଠ୍‌ଙ୍କୁ ନିଲମ୍ବନ କରିଛନ୍ତି ଢେଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ। ନିଜ କାମରେ ଅବହେଳା ପାଇଁ ସେମାନଙ୍କୁ ନିଲମ୍ବନ କରିଛନ୍ତି ଡିଏଫଓ। ବିଦ୍ୟୁତ ତାର ଫାଶରେ ପଡ଼ି ୨୫ ବର୍ଷୀୟ ମାଈ ହାତୀର ମୃତ୍ୟୁ ହୋଇଥିବା ଡିଏଫଓ କହିଛନ୍ତି।

ad-week
Leave A Reply

Your email address will not be published.