ରାଜ୍ୟର ୨୩ ଜିଲ୍ଲାରେ ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

add-all

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସହିତ କିଛି ସ୍ଥାନରେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଇଏମଡି ଆଜି ସନ୍ଧ୍ୟାରେ ସାରା ରାଜ୍ୟର ୨୩ଟି ଜିଲ୍ଲା ପାଇଁ ହଳଦିଆ ଚେତାବନୀ ବା ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି।

ଆଇଏମଡି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛିି ଯେ ସେପ୍ଟେଟର ୬ରୁ ରାଜ୍ୟରେ ବର୍ଷାର ତୀବ୍ରତା ବୃଦ୍ଧି ପାଇବ ଏବଂ ବର୍ଷା ସେପ୍ଟେଟର ୮ ପର୍ଯ୍ୟନ୍ତ ଜାରି ରହିବ।ଗତ ମାସରେ ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା ଯେତେବେଳେ ଓଡିଶାର ସମ୍ବଲପୁର ଜିଲ୍ଲାର ଆଖପାଖରେ ଥିବା ପ୍ରାୟ ଶହେ ଘର ଜଳମଗ୍ନ ହୋଇଯାଇଥିଲା, କାରଣ ପ୍ରବଳ ବର୍ଷା ପରେ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହୋଇଥିଲା। ବନ୍ୟା ପରିସ୍ଥିତି ମଧ୍ୟରେ ଅନେକ ରିଲିଫ କେନ୍ଦ୍ର ମଧ୍ୟ ଆରମ୍ଭ ହୋଇଥିଲା।
ଏବେ ମଧ୍ୟ ବର୍ଷା ସେହିପରି ସମସ୍ୟା ସୃଷ୍ଟି କରିବା ସହ ସାଧାରଣ ଜନଜୀବନକୁ ପ୍ରଭାବିତ କରିବାର ଆଶଙ୍କା ରହିଥିବା ଆଇଏମଡି କହିଛି।

ad-week
Leave A Reply

Your email address will not be published.