ଗଣେଶ ମୂର୍ତି ଭସାଣି : ଛୁରୀରେ ମାଡ଼ରେ ୨ ଭାଇ ଗୁରୁତର

add-all

ହିଞ୍ଜିଳିକାଟୁ, ୪।୯ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗାଁ ରେ ଗଣେଶ ମୂର୍ତି ଭସାଣି ବେଳେ ରବିବାର ରାତିରେ ଅଘଟଣ ଘଟିଛି। ଦୋକାନରେ ଜିନିଷ କିଣାବିକା କୁ ନେଇ ଗଣ୍ଡଗୋଳ ଘଟି ୨ ଛୁରୀ ମାଡରେ ୨ ଭାଇ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ନନ୍ଦିକ ଗାଁ ଦାସସାହିର ରମେଶ ଦାସ ଓ ରାଜେଶ ଦାସ । ଆହତମାନଙ୍କୁ ଉଦ୍ଧାର କରାଯାଇ ହିଞ୍ଜିଳିକାଟୁ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା। ସେଠାରୁ ଗୁରୁତର ଆହତ ରମେଶ ଦାସଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଯାଇଛି।
ଘଟଣା ରୁ ପ୍ରକାଶ ଯେ, ରବିବାର ରାତି ରେ ନନ୍ଦିକ ଦାସ ସାହିରୁ ଗଣେଶ ମୂର୍ତି ଭସାଣି ପାଇଁ ଏକ ଦଳ ପୁଟିଆପଦର ନିକଟସ୍ଥ ଋଷିକୂଲ୍ୟା ନଦୀକୁ ଆସିଥିଲେ । ସେଠାରୁ ୨ ଭାଇ ପୁଟିଆପଦର ଗାଁ ରେ ଏକ ଦୋକାନରୁ କିଛି ଜିନିଷ କିଣିବାକୁ ଯାଇଥିଲେ। ଜିନିଷ କିଣାବିକା କୁ ନେଇ ସେଠାରେ ଗଣ୍ଡଗୋଳ ହୋଇଥିଲା। ପରେ ୨ ଭାଇଙ୍କୁ ଛୁରୀରେ ଆକ୍ରମଣ ହୋଇଥିଲା। ଗୁରୁତର ୨ ଭାଇଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହିଞ୍ଜିଳିକାଟୁ ଡାକ୍ତରଖାନା ଚିକିତ୍ସା ପାଇଁ ଅଣାଯାଇଥିଲା। ଅନ୍ୟ ପକ୍ଷରେ ଖବରପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ପ୍ରକାଶ।

ad-week
Leave A Reply

Your email address will not be published.