ସରକାରଙ୍କ ଅବହେଳା ଯୋଗୁଁ କୁନି କୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ

add-all

ଉମରକୋଟ : ସରକାରଙ୍କ ଅବହେଳା ଯୋଗୁଁ ବିଗତ ତିନି ବର୍ଷ ହେବ ସ୍କୁଲରେ ଶିକ୍ଷକ ଓ ଶିକ୍ଷତ୍ରୀ ଅଭାବରୁ ପାଠ ପଡ଼ାରେ ବ୍ୟାଘାତ ହୋଇ କୁନି କୁନି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ଯାଉଛି | ଏହି ପରି ଏକ ଦୃଶ୍ୟ ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ପୌରପରିଷଦ ଅନ୍ତର୍ଗତ ଇଉ ଭି 4 ନମ୍ବର ଦର୍ଗାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି | ଏହି ସ୍କୁଲରେ 170 ଛାତ୍ର ଛାତ୍ରୀ ଥିବା ଜାଗାରେ ଚାରି ଜଣ ଶିକ୍ଷତ୍ରୀ ଅଛନ୍ତି କିନ୍ତୁ ଏଥି ମଧ୍ୟରୁ ଜଣେ ବିଏଲଓ ଦାୟିତ୍ୱରେ ଅଛନ୍ତି l ବର୍ତ୍ତମାନ ପ୍ରଧାନ ଶିକ୍ଷତ୍ରୀ ବିଏଲଓ ଦାୟିତ୍ୱ ନେଇ ଉମରକୋଟ ଆଟ ନମ୍ବର ପୌରପରିଷଦରେ ଅଛନ୍ତି, ଦୁଇ ଜଣ ଶିକ୍ଷତ୍ରୀ 170 ଛାତ୍ର ଛାତ୍ରୀଙ୍କ କେମିତି ଭଲ ପାଠ ପଡ଼େଇବେ ବା ଦାୟିତ୍ୱ ତୁଲେଇବେ ତାହା ବଡ଼ ପ୍ରଶ୍ନ | ଇଉ ଭି4 ନମ୍ବର ଦର୍ଗାଗୁଡ଼ା ଗ୍ରାମବାସୀ ଉମରକୋଟ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାର ତିନି ବର୍ଷ ଧରି ବାରଂବାର ଅନୁରୋଧ କରି ଆସୁଛନ୍ତି କିନ୍ତୁ ଏଥିରେ କେହି କର୍ଣ୍ଣପାତ କରୁନାହାନ୍ତି, ସେମାନଙ୍କୁ କହିବା କଥା ଆମେ କଣ କରିବୁ ସରକାର ଶିକ୍ଷକ ଦେଉ ନାହାନ୍ତି କହି ଏଡ଼େଇ ଯାଉଛି l ଏହି ପ୍ରାଥମିକ ବିଧ୍ୟାଳୟରେ ଏକ ରୁ ଅଷ୍ଟମ ଶ୍ରେଣୀ ଯାଏ ଅଛି, ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଠ ବିଷୟରେ ପଚାରିଲେ ସେମାନେ କିଛି କହି ବା ଲେଖି ପାରୁ ନାହାନ୍ତି ସରକାର କୋଟି କୋଟି ଟଙ୍କା ସ୍କୁଲ ବାବଦରେ ଖର୍ଚ୍ଚା କରୁଛନ୍ତି କାହାପାଇଁ,5ଟି ସରକାର ଓ ମୋ ସରକାର ଓ ଜ଼ିଲ୍ଲା ପ୍ରଶାସନ ତୁରାନ୍ତ ଏହି ସ୍କୁଲର ଛାତ୍ର ଛାତ୍ରୀଙ୍କ ପ୍ରତି ଦୃଷ୍ଟି ଦେଇ ଯେମିତି ଏହି କୁନି କୁନି ଛାତ୍ର ଛାତ୍ରୀଙ୍କ ପାଠ ପଡ଼ା ଅନ୍ଧକାରରେ ନ ଯାଇ ସେମାନଙ୍କ ଉଜ୍ଜଲ ଭବିଷ୍ୟତ ହେଇପାରେ ତାହାର ପାଇଁ ଦର୍ଗାଗୁଡ଼ା ଇଉ, ଭି,4ନମ୍ବର ଗ୍ରାମବାସୀ ଅନୁରୋଧ କରିଛନ୍ତି | ତୁରନ୍ତ ଶିକ୍ଷକ ନିଯୁକ୍ତି ନ ଦେଲେ ଗ୍ରାମବାସୀ ରାଜ ରାସ୍ତାରେ ଉଲେଇ ସ୍କୁଲରେ ଅନିଦିଷ୍ଟ କାଳ ପାଇଁ ତାଲା ମାରିବେ କହିଛନ୍ତି |

ad-week
Leave A Reply

Your email address will not be published.