ଉଦ୍ଧବ ଠାକରେଙ୍କୁ ଉଚିତ ଶିକ୍ଷା ଦରକାର: ଶାହ

add-all

ମୁମ୍ବାଇ: ‘ଉଦ୍ଧବ ଠାକରେ ବିଜେପିକୁ ଧୋକା ଦେଇଛନ୍ତି। ସେ ବିଜେପି ସହ ବେଇମାନି କରିଛନ୍ତି। ତାଙ୍କୁ ବଡ଼ ଶିକ୍ଷା ଦରକାର।’ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରଣନୀତିଜ୍ଞ ଅମିତ ଶାହ ଏହା କହିଛନ୍ତି। ମହାରାଷ୍ଟ୍ରରେ ଶିବସେନା ମେଣ୍ଟ ସରକାରର ପତନ ପରେ ପ୍ରଥମ ଥର ପାଇଁ ଏମିତି କହିଛନ୍ତି ଅମିତ ଶାହ। ବିଜେପି ସହ ମେଣ୍ଟ ଭାଙ୍ଗିବା ପାଇଁ ସେ ଉଦ୍ଧବ ଠାକରରେଙ୍କୁ ଦାୟୀ କରିଛନ୍ତି।
ମୁମ୍ବାଇରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଥିଲେ, ଆମେ ରାଜନୀତିରେ ସବୁ କିଛି ସହିପାରିବୁ। କିନ୍ତୁ ଧୋକା ବରଦାସ୍ତ କରିପାରିବୁନି। କ୍ଷମତା ନିଶା ହିଁ ଉଦ୍ଧବଙ୍କୁ ପାଗଳ କରିଥିଲା। ସେଥିପାଇଁ ନିଜ ଦଳ ବି ଉଦ୍ଧବଙ୍କ ବିରୋଧରେ ଗଲା। ଉଦ୍ଧବ କେବଳ ବିଜେପିକୁ ଧୋକା ଦେଇନାହାନ୍ତି, ନିଜ ଦଳର ବିଚାରଧାରା ବିରୋଧରେ ଯାଇଛନ୍ତି।
ସେ ଆହୁରି କହିଥିଲେ, ମହାରାଷ୍ଟ୍ରର ଜନମତକୁ ଉଦ୍ଧବ ଅପମାନିତ କରିଛନ୍ତି। ଏବେ ତାଙ୍କ ପାର୍ଟି ବୁଡ଼ିଯାଇଛି। କେବଳ କ୍ଷମତା ଲୋଭ ତାଙ୍କ ଦଳକୁ ଆଜି ବରବାଦ କରିଦେଇଛି। ମୁଁ ଆଜି ଖୋଲି କରି କହୁଛି, ଆମେ କେବେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରତିଜ୍ଞା କରି ନଥିଲୁ। ଆମେ ବନ୍ଦ ଘରେ ରାଜନୀତି କରୁନା । ଆମେ ଖୋଲା ରାଜନୀତି କରୁ। ଏହି ଅବସରରେ ଶାହ ମିଶନ ୧୫୦ର ଆହ୍ୱାନ ଦେଇଥିଲେ ।
ଶ୍ରୀ ଶାହ କହିଥିଲେ, ଆଗକୁ ମୁମ୍ବାଇର ପୌର ନିର୍ବାଚନ ଆସୁଛି । ମହାରାଷ୍ଟ୍ରରେ ବ୍ରିହାନମୁମ୍ବାଇ ପରିଷଦ ହେଉଛି ଦେଶର ସର୍ବବୃହତ୍ତ ପୌର ସଂସ୍ଥା। ଏହି ସଂସ୍ଥାକୁ ବିଜେପି ଦୀର୍ଘ ଦିନ ଧରି ନିଜ ଅକ୍ତିଆରରେ ରଖି ଆସିଛି।

ad-week
Leave A Reply

Your email address will not be published.