ଗଣେଷ ଭସାଣୀରେ ଅଘଟଣ: ଜଣେ ମୃତ, ୩ ଗୁରୁତର

add-all

ମାହାଙ୍ଗା: ଗଣେଷ ଭସାଣୀରେ ଅଘଟଣ। ପୂର୍ବଶତ୍ରୁତାକୁ ନେଇ ମାର୍‌ପିଟ୍‌। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ମାହାଙ୍ଗା ବ୍ଲକ ପୋଡ଼ାମରାଇ ପଞ୍ଚାୟତ ଏରକଣା ଗାଁରେ ଜଣେ ପାଗଳର ଭୁଜାଲି ଚୋଟରେ ଜଣେ ନାବାଳକ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଦୁବୁର୍ତ୍ତ ଜଣକ ହେଲେ ସିନ୍ଧୂପୂର ଗାଁର ସନ୍ତୋଷ ସେଠୀ।ଏହି ଘଟଣାର ସୌମ୍ୟ ରଞ୍ଜନ ପଲେଇ ମୃତ୍ୟୁବରଣ କରିଥିଲେ।

କୈବଲ୍ୟ ପଲେଇ, ଜ୍ଞାନରଞ୍ଜନ ପଲେଇ ଓ ଚିନ୍ମୟ ମଲିକ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ମାହାଙ୍ଗା ପୋଲିସ ଦୂର୍ବୁର୍ତ୍ତ ସନ୍ତୋଷକୁ ଗିରଫ କରିଥିବା ଜଣାପଡ଼ିଛି। ଏନେଇ ସମସ୍ତ ପରିବାର ଲୋକ ଏବଂ ଗାଁ ଲୋକମାନେ ପ୍ରତିକ୍ରିୟା ଦେବାକୁ ମନାକରିଛିନ୍ତି। ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ଦିଆଯାଇ ନଥିବାରୁ ଏହି ହତ୍ୟାକାଣ୍ଡ ରହସ୍ୟ ଘେରରେ ରହିଛି।

ad-week
Leave A Reply

Your email address will not be published.