ଆଇଏମ୍‌ଡିର ରେଡ ଆଲର୍ଟ: ଆହୁରି ୫ ଦିନ ବର୍ଷା, ଗମ୍ଭୀର ହେବ ବେଙ୍ଗାଲୁରୁ ସ୍ଥିତି!

add-all

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ସପ୍ତାହେ ହେଲା ପ୍ରବଳ ବର୍ଷା ଜାରି ରହିଛି। ୩ ଦିନ ହେଲା ସାରା ସହରରେ ପାଣି ଜମି ରହିଛି। ଅନେକ ରାସ୍ତାଘାଟ, କଲୋନୀ, ଅଫିସ୍‌ ବୁଡିଯାଇଛି। ଏହା ମଧ୍ୟରେ ପାଣିପାଗ ବିଭାଗ (ଆଇଏମ୍‌ଡି) ବର୍ଷା ପାଇଁ ରେଡ୍‌ ଆଲର୍ଟ ଜାରି କରିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇପାରେ। ସ୍ଥିତି ଅଧିକ ହେବାର ଆଶଙ୍କା ରହିଛି। ଏପରି ସମୟରେ କିଛି ଲୋକ ସଙ୍କଟରୁ ସୁଯୋଗ ନେବାକୁ ବାହାରି ପଡିଛନ୍ତି। ବେଙ୍ଗାଲୁରୁର ଅନେକ କଲୋନୀ ବୁଡ଼ି ଯାଇଥିବାରୁ ହୋଟେଲ ଭଡ଼ା ଦ୍ବିଗୁଣିତ ହୋଇଛି। ଏବେ ଗୋଟିଏ ରାତି ରହିବା ପାଇଁ ୩୦ରୁ ୪୦ ହଜାର ଟଙ୍କା ଭଡ଼ା ନେଉଛନ୍ତି। ସବୁଆଡେ ପାଣି ଭର୍ତ୍ତି ହୋଇ ରହିଥିବାରୁ ରାସ୍ତା ପାର୍‌ ହେବା ପାଇଁ ଜେସିବିର ସହାୟତା ନେଉଛନ୍ତି।

ଜେସିବିରେ ପିଲା ସ୍କୁଲକୁ ଏବଂ ଟ୍ରାକ୍ଟରେ କର୍ମଚାରୀ ଅଫିସକୁ ଯାଉଛନ୍ତି। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ବର୍ଷା ଏବଂ ବନ୍ୟା ସ୍ଥିତିକୁ ଦେଖି ଆମାଜନ, ସ୍ବିଗୀ ଭଳି ଇ-କମର୍ସ କମ୍ପାନୀ ସେବାକୁ ବନ୍ଦ କରିଦେଇଛନ୍ତି। ଲୋକଙ୍କ ସମସ୍ୟାକୁ ଦେଖି କର୍ଣ୍ଣାଟକ ସରକାର ବେଙ୍ଗାଲୁରୁର ସମସ୍ତ ସ୍କୁଲ ବନ୍ଦ କରିଦେଇଛନ୍ତି। ଆଇଟି କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ୍‌ କରିବାକୁ କୁହାଯାଇଛି। ଡ୍ରେନ ଜାମ୍‌ ହୋଇଯାଇଥିବାରୁ ପାଣି ଯାଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ପୌରାଞ୍ଚଳ ୬୯୬ଟି ବେଆଇନ ନିର୍ମାଣ ଚିହ୍ନଟ କରିଛି। ଏହି ସବୁ ଲାଗି ସହରରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି ବୋଲି ପୌରାଞ୍ଚଳ ପକ୍ଷରୁ କୁହାଯାଇଛି। ଏଗୁଡିକୁ ଭଙ୍ଗା ଯାଉଛି।

ad-week
Leave A Reply

Your email address will not be published.