ସିଂହଦ୍ବାର ସମ୍ମୁଖରେ ଖଣ୍ଡା ଧରି ଆତଙ୍କରାଜ, ଟାଉନ୍‌ ଥାନାରେ ଅଭିଯୋଗ

add-all

ପୁରୀ : ସିଂହଦ୍ବାର ସମ୍ମୁଖ ଦୋଳମଣ୍ଡପ ସାହି ‌ଗୋସ୍ବାମୀ ମଠ ନିକଟରେ ଜଣେ ଦୁର୍ବୃତ୍ତ ଆଜି ରାତିରେ ଖଣ୍ଡା ଧରି ଆତଙ୍କରାଜ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ ଶଙ୍କର ମହାନ୍ତି ନାମକ ଯୁବକ ଗୋସ୍ବାମୀ ମଠ ସାମ୍ନାରେ ଖଣ୍ଡା ଧରି ଦୋଳମଣ୍ଡପ ସାହିର ନରସିଂହ ସାମନ୍ତରାକୁ ଆକ୍ରମଣ କରିବାକୁ ‌ଗୋଡ଼ାଉଥିଲା।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନରସିଂହକୁ ଆକ୍ରମଣ କରିବାକୁ ସେ ଯାଇଥିବା ଜଣାପଡ଼ିଛି। ଶଙ୍କର ଖଣ୍ଡା ଧରି ଦୌଡ଼ିବାର ଦେଖି ସ୍ଥାନୀୟ ଲୋକେ ତାକୁ କାବୁ କରିଥିଲେ। ନିସ୍ତୁକ ମାଡ଼ ମାରି ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ତେବେ ପୁଲିସ ସେଠାରେ ପହଞ୍ଚିଲାବେଳେକୁ ଶଂକର ସେଠାରୁ ଫେରାର ହୋଇଯାଇଥିଲା। ବିଳମ୍ବିତ ରାତିରେ ଏ ନେଇ ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି।

ad-week
Leave A Reply

Your email address will not be published.