ସାଇଟ୍‌ରେ ବୁଲ୍‌ଡୋଜର୍‌, ‘କର୍ଲି କ୍ଲବ୍‌’କୁ ଭାଙ୍ଗିବା ନେଇ ରହିତାଦେଶ ଜାରି କଲେ ସୁପ୍ରିମ୍‌କୋର୍ଟ

add-all

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟିଥିବା ହୋଟେଲ୍‌ ‘କର୍ଲି କ୍ଲବ୍‌’କୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଅଚାନକ ଏହି ହୋଟେଲ୍‌କୁ ଧ୍ବଂସ କରିବାକୁ ନେଇ ରହିତାଦେଶ ଜାରି କରିଛନ୍ତି। ଏହା ପୂର୍ବରୁ ହୋଟେଲ୍‌ଟି ଉପକୂଳବର୍ତ୍ତୀ ଅଞ୍ଚଳରେ ନିର୍ମାଣ ପାଇଁ ଥିବା ନିୟମ ଉଲ୍ଲଂଘନ କରିଥିବାରୁ ଏହାକୁ ଭାଙ୍ଗିବାକୁ ନେସ୍‌ନାଲ୍‌ ଗ୍ରିନ୍‌ ଟ୍ରିବୁନାଲ୍‌ ପକ୍ଷରୁ ନିର୍ଦ୍ଦେଶ ମିିଳିଥିଲା।

ଗୋଆ ସରକାର ଆଜି ସକାଳୁ ଏହି ବିବାଦୀୟ ହୋଟେଲ୍‌କୁ ଭାଙ୍ଗିବା ପ୍ରକ୍ରୟା ଆରମ୍ଭ କରି ଦେଇଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ରହିତାଦେଶ ଜାରି କରିଛନ୍ତି।

ବିଜେପି ନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ଏବେ ବି ତଦନ୍ତ ଜାରି ରହିଛି। ତେବେ ଯେଉଁଠାରେ ତାଙ୍କୁ ଶେଷଥର ଦେଖାଯାଇଥିଲା ବା ଜବରଦସ୍ତ ଡ୍ରଗ୍ସ ଦିଆ ଯାଇଥିଲା, ସେହି ହୋଟେଲ୍‌ ହେଉଛି ‘କର୍ଲି କ୍ଲବ’।

ତେବେ ସୋନାଲୀଙ୍କ ମୃତ୍ୟୁ ଘଟଣାରେ ଗୋଆ ପୁଲିସ ୫ଜଣଙ୍କୁ ଗିରଫ କରିସାରିଛି। ୫ଜଣଙ୍କ ମଧ୍ୟରେ ଡ୍ରଗ୍ସ ବ୍ୟବସାୟୀ ଏବଂ ସୋନାଲୀଙ୍କ ବ୍ୟକ୍ତିଗତ ସହାୟକ ରହିଛନ୍ତି। ପୁଲିସ ହାତରେ ଲାଗିଥିବା ସିସିଟିଭି ଭିଡିଓରେ, ସୋନାଲୀଙ୍କୁ ତାଙ୍କ ବ୍ୟକ୍ତିଗତ ସହାୟକ ଜବରଦସ୍ତ କିଛି ପିଆଉଥିବା ସହ ତାଙ୍କୁ ଶୌଚାଳୟ ଭିତରକୁ ଟାଣି ଟାଣି ନେଉଥିବାର ଦେଖାଯାଇଥିଲା। ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ, ସୋନାଲୀଙ୍କ ମୃତ୍ୟୁ ହେବା ପୂର୍ବରୁ ସେ ଏକ ପାର୍ଟିରେ ଥିଲେ। ଏହି ପାର୍ଟିରେ ତାଙ୍କୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା। ଏହି କାରଣରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ବାରର ଶୌଚାଳୟକୁ ନିଆଯାଇଥିଲା। ଭିତରେ ଦୁଇ ଘଣ୍ଟା କାଳ ସୋନାଲୀ ରହିଥିଲେ ବି ସେଠାରେ ତାଙ୍କ ସହ କ’ଣ ଘଟିଥିଲା, ତାହା ଜଣାପଡ଼ିନଥିବା କହିଛି ପୁଲିସ।

ad-week
Leave A Reply

Your email address will not be published.