ପ୍ରିନ୍ସ ଚାର୍ଲସ୍‌ ବ୍ରିଟେନର ନୂଆ ରାଜା: ନୂଆ ଶାସକ ଭାବେ ନେଲେ ଦାୟିତ୍ୱ

add-all

ନୂଆଦିଲ୍ଲୀ: ରାଣୀ ଏଲିଜାବେଥଙ୍କ ହେଦାନ୍ତ ପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ୍ ନୂଆ ଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୭୩ ବର୍ଷୀୟ ଚାର୍ଲସ୍ ଏବେ କିଙ୍ଗ ଚାଲର୍ସ-ଥ୍ରୀ ଭାବେ ପରିଚିତ ହେବେ । ସେ ଆଜି ବ୍ରିଟେନବାସୀଙ୍କୁ ସମ୍ବୋଧନ କରିବେ । ୧୯୬୯ରେ ତାଙ୍କୁ ଆନୁଷ୍ଠାନିକ ଭାବେ ରାଣୀ ଏଲିଜାବେଥଙ୍କ ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇଥିଲା ।

ରାଜା ହେବା ପରେ ଚାର୍ଲ୍ସଙ୍କ ବିବୃତ୍ତି ମଧ୍ୟ ଆସିଛି। ସେ କହିଛନ୍ତି, ଏହା ମୋ ଏବଂ ମୋର ସମସ୍ତ ପରିବାର ସଦସ୍ୟଙ୍କ ପାଇଁ ସବୁଠାରୁ ବଡ ଦୁଃଖଦ ମୁହୂର୍ତ୍ତ । ବ୍ରିଟେନର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଣୀଙ୍କ ମୃତ୍ୟୁ ଦେଶ ତଥା ବିଶ୍ୱ ପାଇଁ ଏକ ବଡ଼ ଝଟକା। ଅନ୍ୟପଟେ ବ୍ରିଟିଶ ସେନାରେ ମଧ୍ୟ କାର୍ଯ୍ୟ କରିଛନ୍ତି ଚାର୍ଲସ୍ । ବ୍ରିଟେନର ରାଜପରିବାର ସଦସ୍ୟ ହେବା ସହ ସେ ପରିବେଶ ସୁରକ୍ଷା ଓ ଶିକ୍ଷାର ପ୍ରସାର ଦିଗରେ କାର୍ଯ୍ୟ କରିଆସୁଛନ୍ତି । ଚାଲର୍ସ ୧୯୮୧ରେ ଡାଏନାଙ୍କୁ ବିବାହ କରିଥିଲେ । ପରେ ଦୁର୍ଘଟଣାରେ ଡାଏନାଙ୍କ ମୃତ୍ୟୁ ଘଟିଥିଲା । ୧୯୪୮ରେ ଚାର୍ଲସ ଜନ୍ମଗ୍ରହଣ କରିଥିଲେ ।

ତେବେ ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ହୋଇଛି। ୯୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ରାଣୀ ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସ୍କଟଲ୍ୟାଣ୍ଡରେ ରହୁଥିଲେ। ବାଲମୋରାଲ କ୍ୟାସଲରେ ଗତବର୍ଷ ‌ଅକ୍ଟୋବରରୁ ତାଙ୍କ ଚିକିତ୍ସା ଚାଲିଥିଲା। ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା। ଲଣ୍ଡନରୁ ପରିବାର ସଦସ୍ୟ ବି ପହଁଚିଯାଇଥିଲେ। କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନଥିଲା । ରାଣୀଙ୍କ ମରଶରୀର ଆଜି ସ୍କଟଲାଣ୍ଡରୁ ଲଣ୍ଡନ ଅଣାଯିବ। ବ୍ରିଟେନରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ସେ ଶାସନ ଗାଦିରେ ରହିଥିଲେ। ଦୁଇ ଦିନ ତଳେ ରାଣୀଙ୍କ ଫଟୋ ଓ ଭିଡିଓ ସାମନାକୁ ଆସିଥିଲା । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସଙ୍କୁ ସେ ନିଯୁକ୍ତି ଦେଇଥିଲେ।

ରାଣୀ ଏଲିଜାବେଥ ୨୧ ଏପ୍ରିଲ ୧୯୨୬ ରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ବ୍ରିଟେନ ରାଜା ଜର୍ଜ ଭି ଦ୍ୱାରା ଶାସିତ ହୋଇଥିଲା। ଏଲିଜାବେଥଙ୍କ ପିତା କିଙ୍ଗ ଜର୍ଜ ଷଷ୍ଠ ପରେ ବ୍ରିଟେନର ରାଜା ହୋଇଥିଲେ। ରାଣୀ ଏଲିଜାବେଥଙ୍କ ସମ୍ପୂର୍ଣ୍ଣ ନାମ ଥିଲା ଏଲିଜାବେଥ ଆଲେକ୍ସଜାଣ୍ଡାର୍ ମେରି ୱିଣ୍ଡସର ଅଟେ । ୧୯୪୭ ମସିହାରେ, ଯେତେବେଳେ ଭାରତ ଏହାର ସ୍ୱାଧିନତା ପାଇଁ ପ୍ରସ୍ତୁତ ହେଉଥିଲା, ଏଲିଜାବେଥ ଏବଂ ପ୍ରିନ୍ସ ଫିଲିପ ଏକ ସମୟରେ ବିବାହ କରିଥିଲେ।

ad-week
Leave A Reply

Your email address will not be published.