ରୋଟାରୀ କ୍ଳବ ଫୁଲବାଣୀ ପକ୍ଷରୁ ବିଶ୍ୱ ସ୍ୱାକ୍ଷରତା ଦିବସ ପାଳିତ…

add-all


ଫୁଲବାଣୀ:-ସେପ୍ଟେମ୍ବର ୮କୁ ବିଶ୍ୱ ସ୍ୱାକ୍ଷରତା ଦିବସ ଭାବେ ସମଗ୍ର ବିଶ୍ୱରେ ପାଳନ ହେଉଥିବା ବେଳେ ରୋଟାରୀ କ୍ଳବ ଫୁଲବାଣୀ ପକ୍ଷରୁ ବିଶ୍ୱ ସ୍ୱାକ୍ଷରତା ଦିବସ ପାଳନ କରାଯାଇଛି।ଏହି ପରିପ୍ରେକ୍ଷୀରେ ସଦର ମହକୁମାର ୧ନଂ ୱାର୍ଡ,୧୧ନଂ ୱାର୍ଡ ଓ ୧୨ନଂ ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଛୋଟ ଛୋଟ ଶିଶୁ ଅଙ୍ଗନୱାଡି କେନ୍ଦ୍ରକୁ ରୀତିମତ ଭାବେ ଆସିବା ଏବଂ ପାଠ ପଢିବା ପ୍ରତି ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଖାତା,କଲମ, ବିସ୍କୁଟ ପ୍ୟାକେଟ ବଣ୍ଟନ କରାଯାଇଥିଲା।କ୍ଲବର ସଭାପତି ହରିଶ୍ଚନ୍ଦ୍ର ମହାରଣା, ସମ୍ପାଦକ ମାନରଞ୍ଜନ ପଟ୍ଟନାୟକ ଶିଶୁ ମାନଙ୍କୁ ଉଦବୋଧନ ଦେଇଥିଲେ।ଉପସ୍ଥିତ ଅଭିଭାବକ ତଥା ଅଙ୍ଗନୱାଡି ଶିକ୍ଷାକର୍ମୀ ମାନଙ୍କୁ ଆନନ୍ଦମୟ ଶିକ୍ଷା ସମ୍ପର୍କରେ ମାର୍ଗଦର୍ଶନ ଦିଆଯାଇଥିଲା।ପ୍ରତିବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ରୋଟାରୀ କ୍ଳବ ଫୁଲବାଣୀ ସ୍ୱାସ୍ଥ୍ୟ ସଚେତନତା, ପରିବେଶ ରକ୍ଷା,ଶିକ୍ଷା ସ୍ୱଚ୍ଛତା ଆଦି କାର୍ଯ୍ୟକ୍ରମକୁ ସୂଚାର ରୂପେ ସମ୍ପାଦନ କରି ଆସୁଅଛି।ଉକ୍ତ କାର୍ଯ୍ୟକ୍ରମରେ ରୋଟାରିଆନ ପ୍ରକାଶ କୁମାର ପଣ୍ଡା,ପୱନ କୁମାର ଅଗ୍ରୱାଲ,ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ସରସ ଓ ସୁନ୍ଦର କରିବାରେ ସାହାଯ୍ୟ କରିଥିଲେ।

ad-week
Leave A Reply

Your email address will not be published.