ମାଲକାନଗିରି, ହୀରାକୁଦ, କୋଣାର୍କ ଓ ବାରିପଦାରେ ହେବ ଏୟାର ଷ୍ଟ୍ରିପ୍

add-all

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ‘ ଉଡେ ଦେଶକା ଆମ୍ ନାଗରିକ(ଉଡାଣ) ଯୋଜନାର ପଞ୍ଚମ ପର୍ଯ୍ୟାୟରେ ଦେଶର ୫୦ ଅଭୟାରଣ୍ୟ , ତୀର୍ଥକ୍ଷେତ୍ର ଏବଂ ପର୍ଯ୍ୟଟନସ୍ଥଳୀକୁ ଏୟାର ଷ୍ଟ୍ରିପ୍ ଦ୍ବାରା ସଂଯୋଗ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି ସବୁ ସ୍ଥାନ ମଧ୍ୟରୁ କେତେକ ସ୍ଥାନରେ ପୂର୍ବରୁ ରହିଥିବା ଏୟାର ଷ୍ଟ୍ରିପ୍‌ ଗୁଡିକର ନବୀକରଣ ସହିତ ଅନ୍ୟ କିଛି ସ୍ଥାନରେ ନୂଆ ଏୟାରଷ୍ଟ୍ରିପ୍ ନିର୍ମାଣ କରାଯିବ।

ଏଥିମଧ୍ୟରେ ଓଡ଼ିଶାର ୪ଟି ସ୍ଥାନ ସାମିଲ ହୋଇଛି। ମାଲକାନଗିରି, ହୀରାକୁଦ, କୋଣାର୍କ ଏବଂ ବାରିପଦାରେ ଏୟାରଷ୍ଟ୍ରିପ୍ ନିର୍ମାଣ କରାଯାଇ ଏହାକୁ ବାୟୁପଥ ସହ ସଂଯୋଗ କରାଯିବ। ପୂର୍ବରୁ ଆଞ୍ଚଳିକ ସ୍ଥାନଗୁଡିକୁ ଦେଶର ମୁଖ୍ୟ ବାୟୁପଥ ସହ ଯୋଡିବାକୁ ଉଡାଣ ଯୋଜନାରେ ଗୁରୁତ୍ବ ଦିଆଯାଇଥିଲା ବେଳେ ଏବେ ବିଭିନ୍ନ ରାଜ୍ୟର ଦୂର ଦୂରାନ୍ତ ଅଞ୍ଚଳରେ ରହିଥିବା ଅଭୟାରଣ୍ୟ, ପର୍ଯ୍ୟଟନସ୍ଥଳ ଏବଂ ତୀର୍ଥକ୍ଷେତ୍ରଗୁଡିକୁ ବିମାନପଥ ସହ ଯୋଡିବାକୁ ଉଦ୍ୟମ କରାଯାଇଛି। ଏହିକ୍ରମରେ ଓଡ଼ିଶାର ବାରିପଦା ସହ ଦେଶର ୧୦ଟି ଅଭୟାରଣ୍ୟ ,କୋଣାର୍କ ସମେତ ୨୯ଟି ପର୍ଯ୍ୟଟନ ସ୍ଥଳ ଏବଂ ଅନ୍ୟ ତୀର୍ଥ କ୍ଷେତ୍ରକୁ ବିମାନପଥ ସହ ସଂଯୋଗ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.