କଂଗ୍ରେସ ମୋ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କଲେ ମୁଁ ରାଇଫଲରେ ଜବାବ ଦେବି: ଗୁଲାମ ନବୀ ଆଜାଦ୍‌

ଜମ୍ମୁ: କଂଗ୍ରେସ  ମୋ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କଲେ , ମୁଁ ଗୋଟିଏ ରାଇଫଲରେ ନଷ୍ଟ କରିଦେବି।  ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୁଲାମ ନବୀ ଆଜାଦ୍‌ ଏହା କହିଛନ୍ତି। କଂଗ୍ରେସ ସହ ପାଞ୍ଚ ଦଶନ୍ଧିର ସମ୍ପର୍କ ତୁଟାଇବା ପରେ ଦଳ ତାଙ୍କ ପ୍ରତି ଆକ୍ରମଣ ଜାରି ରଖିଛି। ତେବେ ପ୍ରତିଆକ୍ରମଣ ପାଇଁ ପଛଘୁଞ୍ଚା ଦେଇ ନାହାନ୍ତି ଆଜାଦ୍‌। ସେ କହିଛନ୍ତି ଯେ, କଂଗ୍ରେସ ସର୍ବଦା ମୋ ପ୍ରତି କ୍ଷେପଣାସ୍ତ୍ର ନିକ୍ଷେପ କରୁଛି। କିନ୍ତୁ ମୋ ପାଖରେ ଥିବା ରାଇଫଲ କାଫି।  ଯଦି ମୁଁ କ୍ଷେପଣାସ୍ତ୍ର ବ୍ୟବହାର କରିବି। ସେମାନେ ଧ୍ୱଂସ ହୋଇଯିବେ। କିନ୍ତୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏବଂ ରାଜୀବ ଗାନ୍ଧିଙ୍କ ଉପରେ ମନ୍ତବ୍ୟ ଦେବାକୁ ମୁଁ ଉଚିତ ମଣେ ନାହିଁ।  ଯେହେତୁ ମୁଁ କଂଗ୍ରେସରେ ୫୨ ବର୍ଷ ହେଲା ସଦସ୍ୟ ଥିଲି ମୁଁ ରାଜୀବ ଗାନ୍ଧିଙ୍କୁ ନିଜ ଭାଇ ଭଳି ମାନେ। ତାଙ୍କ ପ୍ରତି ମୋର ଅନେକ ଶ୍ରଦ୍ଧା ରହିଛି।

ମୁଁ ସେଥିପାଇଁ ତାଙ୍କ ପ୍ରତି ଗୋଟିଏ ବି ଶବ୍ଦ ବ୍ୟବହାର କରିବାକୁ ଚାହେଁ ନାହିଁ। ଏହି ଅବସରରେ ଆଜି ତାଙ୍କ ନୂଆ ଦଳର ଆଭିମୁଖ୍ୟ ସମ୍ପର୍କରେ ଘୋଷଣା କରିଥିଲେ । ଗରିବଙ୍କ ସେବା ପାଇଁ ତାଙ୍କ ଦଳ ସମର୍ପିତ ହେବ ବୋଲି ସେ କହିଛନ୍ତି।  ସେ କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ମୋ ପାର୍ଟିର ନାମ ସ୍ଥିର କରି ନାହିଁ। ଜମ୍ମୁ କଶ୍ମୀରର ଲୋକମାନେ ଦଳର ନାମ ଏବଂ ପତାକା ସ୍ଥିର କରିବେ। ମୁଁ ମୋ ପାର୍ଟିକୁ ଏକ ହିନ୍ଦୁସ୍ତାନୀ ନାମ ଦେବି ଯାହା ସମସ୍ତଙ୍କୁ ନେଇ ଚାଲିପାରିବ ବୋଲି ସେ କହିଛନ୍ତି।

କଂଗ୍ରେସ ସହିତ ଥିବା ୫ ଦଶନ୍ଧିର ସମ୍ପର୍କକୁ ଅଗଷ୍ଟ ୨୬ ତାରିଖ ଦିନ ଶେଷ କରି ଆଜାଦ୍‌ କଂଗ୍ରେସକୁ ‘ସବୁ ଦୃଷ୍ଟିରୁ ନଷ୍ଟ’ ହୋଇଯାଇଥିବା ଦଳ କହିଥିଲେ। ଏଥିସହ ଦଳର ପରାମର୍ଶଦାତା ବ୍ୟବସ୍ଥାକୁ ଧ୍ୱଂସ କରିଥିବା ରାହୁଲ୍‌ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ। କଂଗ୍ରେସ ଆଜାଦ୍‌ଙ୍କୁ ସମ‌ାଲୋଚନା କରି କହିଥିଲା କି, ଆଜାଦ୍‌ଙ୍କ ‘ଡିଏନ୍‌ଏ’ ‌‘ମୋଦୀ-ଫାଏଡ୍‌’ (ଅର୍ଥାତ୍‌ ମୋଦୀଙ୍କ ଆଡ଼କୁ ପରିବର୍ତ୍ତିତ) ହୋଇଯାଇଛି । ଏହାର ପ୍ରତ୍ୟୁତ୍ତରରେ ଆଜାଦ୍‌ ମଧ୍ୟ କହିଥିଲେ ଯେ, ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ଭେଟିବା ଏବଂ କଥାବାର୍ତ୍ତା କଲେ କାହାର ‘ଡିଏନ୍‌ଏ’ ବଦଳିଯାଏ ନାହିଁ।

ad-week
Leave A Reply

Your email address will not be published.