ବର୍ଷା ଓ ଅନୁଭବଙ୍କୁ ୫ ହଜାର ଲେଖାଏ ଜମା ପାଇଁ ପରିବାର ଅଦାଲତଙ୍କ ନିର୍ଦ୍ଦେଶ

add-all

କଟକ: ସାଂସଦ ଅନୁଭବ ଏବଂ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼। ଉଭୟଙ୍କୁ ୫ ହଜାର ଲେଖାଏଁ ଜମା ପାଇଁ ପରିବାର ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଟଙ୍କା ଗଣିବେ ଉଭୟ। ବର୍ଷା ଏବଂ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି ଗ୍ରହଣ କଲେ କୋର୍ଟ।

ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନକୁ ଗ୍ରହଣ କଲେ କୋର୍ଟ। ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନ ବି ଗ୍ରହଣ କରାଯାଇଛି। ବାରମ୍ବାର ତାରିଖ ସତ୍ତ୍ୱେ ସାକ୍ଷଗ୍ରହଣ ପାଇଁ ଆସୁନଥିଲେ ବର୍ଷା। ଛାଡ଼ପତ୍ର ପିଟିସନରେ ବିବାହ ସ୍ଥାନ ବି ଭୁଲ୍ ଦେଇଥିଲେ ଅନୁଭବ। ଯାହାକୁ ନେଇ କୋର୍ଟ ନିଜ ଅସନ୍ତୋଷ ପ୍ରକାଶ କରି ଏଭଳି ଅର୍ଥ ଦଣ୍ଡ ଦେଇଥିବା ଜଣାପଡ଼ିଛି।

ସୂଚନା ଥାଉକି, ଦୁହିଁଙ୍କ ବିବାହ ବିଚ୍ଛେଦ ମାମଲା ନେଇ ଗତ ୭ ତାରିଖରେ ବର୍ଷା ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଥିଲେ। କଟକ ପାରିବାରିକ ଅଦାଲତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର କରିଥିବା ନିଜ ଆବେଦନକୁ ବର୍ଷା ପ୍ରତ୍ୟାହାର କରିଥିଲେ। କଟକ ପାରିବାରିକ ଅଦାଲତରେ ଅନୁଭବଙ୍କ ସାନି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ।

ତେବେ ଅନୁଭବଙ୍କ ସାକ୍ଷ୍ୟଗ୍ରହଣ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ଫ୍ୟାମିଲି କୋର୍ଟ ବର୍ଷାଙ୍କ ଆବେଦନକୁ ଗତ ୧୬ ତାରିଖରେ ଖାରଜ କରିଦେଇଥିଲେ। ଫ୍ୟାମିଲି କୋର୍ଟଙ୍କ ଏହି ନିର୍ଦ୍ଦେଶ ବିରୋଧରେ ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଫ୍ୟାମିଲି କୋର୍ଟଙ୍କ ନୂଆ ନିର୍ଦ୍ଦେଶନାମା ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା ଅଲୋଚନାକୁ ବଢ଼ାଇଛି।

ଅନୁଭବ କିପରି ନିଜ ବିବାହ ଆବେଦନ ପିଟିସନରେ ବିବାହ ସ୍ଥାନ ଭୁଲ ଦେଲେ ତାହା ଅଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଛି। ଯେତେବେଳେ କି ସେ ଏହି ବିବାହ ବନ୍ଧନରୁ ଯଥାଶୀଘ୍ର ମୁକୁଳିବାକୁ ସବୁ ପ୍ରକାର ପ୍ରୟାଶ କରୁଛନ୍ତି।

ad-week
Leave A Reply

Your email address will not be published.