ବରିଷ୍ଠ ନାଗରିକଙ୍କ ପାଈଁ ଖୋଲିଲା ସ୍ୱତନ୍ତ୍ର ଚିକିତ୍ସା କୋଠରୀ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସରରେ ଓପିଡ଼ି-୨ କୋଠରୀ ନଂ୫ ମଧ୍ୟରେ , ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର କୋଠରୀ ଚିକିତ୍ସା ପାଇଁ ଖୋଲା ଯାଇଛି । ଡାକ୍ତର ସୁଶ୍ରୀତ କୁମାର ସାହୁଙ୍କୁ ବରିଷ୍ଠ ନାଗରିକ ମାନଙ୍କ ଚିକିତ୍ସା ନିମନ୍ତେ ଦାୟିତ୍ୱ ଦିଆଯାଇଛି ।କନ୍ଧମାଳ
ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ମଞ୍ଚ ଏକାଧିକ ଥର କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ବରିଷ୍ଠ ନାଗରିକଙ୍କ ନିମନ୍ତେ। ସ୍ୱତନ୍ତ୍ର ଡାକ୍ତରଙ୍କ ସହ ସ୍ୱତନ୍ତ୍ର କୋଠରୀ ପାଇଁ ଦାବି କରିଆସୁଥିଲେ ।ତାହା ଆଜି ସଫଳ ହୋଇଛି ସେନେଇ ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ସଂଘ ପକ୍ଷରୁ ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସାଧିକାରୀ ଓ ବରିଷ୍ଠ ମାନଙ୍କ ସ୍ୱତନ୍ତ୍ର ଚିକିତ୍ସା ଦାୟିତ୍ବ ଗ୍ରହଣ କରିଥିବା ଡାକ୍ତର ଶ୍ରୀ ସାହୁଙ୍କୁ ସାଧୁବାଦ ଜଣାଇଛନ୍ତି ।

ad-week
Leave A Reply

Your email address will not be published.