ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା: ଭୂକମ୍ପରେ ଥରିଲା ଇଣ୍ଡୋନେସିଆର ୱେଷ୍ଟ ପାପୁଆ ସହର। ଆଜି ସକାଳୁ ସକାଳୁ ଇଣ୍ଡୋନେସିଆର ପୂର୍ବ ପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ସିରିଜ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରୁ ୬.୨ ଥିବା ଜଣାଯାଇଛି। ତେବେ ଏଥିଯୋଗୁ କୌଣସି କ୍ଷୟକ୍ଷତିର ସୂଚନା ମିଳିନି।
ଇଣ୍ଡୋନେସିଆର ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ମାମ୍ବେରାମୋ ଜିଲ୍ଲାର ୱେଷ୍ଟ ପାପୁଆ ସହରଠାରୁ ୩୭ କିମି ଦୂରତାରେ ୧୬ କିମି ଗଭୀରତାରେ ୪ଟି ଭୂକମ୍ପ କେନ୍ଦ୍ରୀଭୂତ ହୋଇଥିଲ। ତେବେ ଏଥିଯୋଗୁ ସୁନାମୀର କୌଣସି ବିପଦ ନାହିଁ ବୋଲି ଇଣ୍ଡୋନେସିଆର ଭୂକମ୍ପ ଏବଂ ସୁନାମି କ୍ଷତିକାରକ ବିଭାଗର ମୁଖ୍ୟ ଡାରିଓନୋ ସୂଚନା ଦେଇଛନ୍ତି।
୨୭୦ ମିଲିୟନ ଲୋକସଂଖ୍ୟା ବିଶିଷ୍ଟ ଦେଶ ଇଣ୍ଡୋନେସିଆର ୱେଷ୍ଟ ପାପୁଆରେ ପ୍ରାୟ ୧.୨ ମିଲିୟନ ଲୋକ ବସବାସ କରନ୍ତି । ସୁନାମୀ, ଭୂକମ୍ପ, ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ଏହି ଦେଶବାସୀ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତି।
ଗତ ଫେବୃୟାରୀରେ ଦେଶର ପଶ୍ଚିମ ସୁମାତ୍ରା ଅଞ୍ଚଳରେ ୬.୨ ମ୍ୟାଗ୍ନିଚ୍ୟୁଟ ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ଏଥିରେ ୨୫ ଲୋକଙ୍କ ମୃତ୍ୟୁ ହୋଇଥିଲା ଓ ବହୁ ଜଣ ଆହତ ହୋଇଥିଲେ। ଗତବର୍ଷ ଜାନୁୟାରୀରେ ପଶ୍ଚିମ ସୁଲାୱେଶିରେ ହୋଇଥିବା ଭୂକମ୍ପରେ ୧୦୦ରୁ ଅଧିକ ଲୋକ ମୃତାହତ ହୋଇଥିଲେ।
ଏହାବାଦ ୨୦୦୪ ମସିହାରେ ହୋଇଥିବା ସୁନାମୀରେ ଦେଶ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା।

ad-week
Leave A Reply

Your email address will not be published.