
ମାଲକାନଗିରି (୧୦/୦୯) : ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ଗ୍ରାମ ପଞ୍ଚାୟତ ର ତାଗାବେଡା ଗ୍ରାମ ରେ ରୁହନ୍ତି ନାବାଳିକା ପି°କି ଶିଷା (ବୟସ-୧୭) ଓ ଦୁଇ ସାନ ଭଉଣୀ ସାବିତ୍ରୀ ଶିଷା (ବୟସ-୧୫) ଓ ଗୁରୁବାରୀ ଶିଷା (ବୟସ-୧୨), କିନ୍ତୁ ବର୍ତ୍ତମାନ ସମସ୍ତେ ନିରାଶ୍ରୟ ଓ ବେସାହାରା । ତିନି ଭଉଣୀ ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ବେଳେ ଗତ ମାସ ରେ ତାଙ୍କ ମା ଛନକି ଶିଷା ଏକ ରହସ୍ୟମୟ ଘଟଣାରେ ନିରୁଦ୍ଧିଷ୍ଟ ହେବା ସହ ମୃତ୍ୟୁ ବରଣ କରିଥିଲେ, ଯାହାର ଅଭିଯୋଗ ହେଲା ପରେ ପୋଲିସ ତରଫରୁ ଘଟଣାର ତଦନ୍ତ ଜାରି ରଖିଛି । ମା ଛନକି ଶିଷା°କ ମୃତ୍ୟୁ ଘଟଣାର ୧୪ ଦିନ ବିତିଗଲା ପରେ ଆଉ ଏକ ଏକ ପାହାଡ ସଦୃଶ୍ୟ ବୋଝ ଉକ୍ତ ତିନୋଟି ଭଉଣୀ°କ ଉପରେ ଆସି ପଡ଼ିଛି । ପି°କି ଶିଷା°କ କହିବାନୁଯାୟୀ ଗତକାଲି ତାଗାବେଡା ନିକଟସ୍ଥ ବେଲଗୁଡା ଗ୍ରାମର କିଛି ଦୁର୍ବୁର୍ତ୍ତ ତାଙ୍କ ଘର ନିକଟକୁ ଆସି ବିଭିନ୍ନ ପ୍ରକାର ଧମକ ଚମକ ଦେବାସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ, କିନ୍ତୁ ସେହି ସମୟରେ ଗାଁ ଗାଁର ଅଧିକା°ଶ ଲୋକ ରାସବେଡା ଗ୍ରାମ ପଞ୍ଚାୟତ କୁ ଚାଉଳ ଆଣିବାକୁ ଯାଇଥିବା ଯୋଗୁଁ ଅନ୍ୟ କେହି ଦୁବୃର୍ତ୍ତ ମାନଙ୍କ ବିରୋଧ କରିବାକୁ ସାହସ କରିନଥିଲେ, ଏହାର ଫାଇଦା ଉଠାଇ ଅଭିଯୁକ୍ତ ପି°କି ଶିଷା°କ ଘରେ ନିଆଁ ଲଗାଇବା ସହ ମଝିଆ ଭଉଣୀ ସାବିତ୍ରୀ କୁ ପିଟାମରା କରିଥିଲେ । ଏସବୁ ଘଟଣା ଘଟେଇ ସାରିଲା ପରେ ତାଗାବେଡା ଗାଁ ଲୋକଙ୍କ କିଛି ଗାଈ ଛେଳି କୁକୁଡା ସାଥିରେ ନେଇଯାଇଥିବା ଅଭିଯୋଗ ହୋଇଛି । ଅନ୍ୟ କୈାଣସି ଉପାୟ ନପାଇ ଦୁଇ ବଡ ଭଉଣୀ ତୁରନ୍ତ ରାସବେଡା ଗ୍ରାମର ସମାଜସେବୀ ଘାସିରାମ ଗୁଟ୍ଟା°କୁ ଯୋଗାଯୋଗ କରିଥିଲେ ଓ ତାଙ୍କର ସହଯୋଗ ରେ ନିକଟସ୍ଥ କୁଡୁମୁଲୁଗୁମ୍ମା ଫାଣ୍ଡି ରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । ବର୍ତ୍ତମାନ ଉକ୍ତ ପରିବାରଟି ସମ୍ପୁର୍ଣ୍ଣ ନିରାଶ୍ରୟ ଓ ବେସାହାରା ହୋଇଯାଇଥିବାରୁ ସେମାନେ ମାଲକାନଗିରି ଜିଲ୍ଲାପାଳ ଓ ଏସ.ପି ଙ୍କୁ ନ୍ୟାୟ ଭିକ୍ଷା କରିବା ସହ ନିଜର ଜୀବନ ସୁରକ୍ଷା ପାଇଁ ଯେକୈାଣସି ସ୍ଥାନରେ ଥଇଥାନ କରିବା ପାଇଁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ତିନି ଭଉଣୀ°କ ଦୁଃଖ ପ୍ରଶାସନ କେବେ ଶୁଣୁଛି ।