ନବରଙ୍ଗପୁର ଜିଲ୍ଲା ଯାଦବ ସମାଜ ପକ୍ଷରୁ ଶୋକସଭା

add-all

ନବରଙ୍ଗପୁର(୧୦/୦୯) : ଗତକାଲି ଦିବା ୧ ଘଟିକା ସମୟରେ ନବରଙ୍ଗପୁର ଜିଲ୍ଲା ଯାଦବ ସମାଜ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ପଟାମୁଣ୍ଡା ଗ୍ରାମରେ ଉତ୍କଳଯାଦବ ମହାସଭା ନବରଙ୍ଗପୁର ଜିଲ୍ଲା ସଭାପତି ଏବଂ ଜିଲା ଓବିସି ବିକାଶ ପରିଷଦ ତଥା ଜିଲା ପଛୁଆବର୍ଗର ଜିଲ୍ଲା ସଭାପତି ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ବାଘଙ୍କର ସଡକ ଦୁର୍ଘଟଣା ଜନିତ ଅକାଳ ବିୟୋଗରେ ତାଙ୍କ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ରୁପେ ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚଦ୍ର ମାଝୀ, ସମ୍ମାନୀୟ ଅତିଥି ଭାବେ ନବରଙ୍ଗପୁର ଜିଲା ପରିଷଦ ସଭାପତି ଶ୍ରୀଯୁକ୍ତ ମତିରାମ ନାୟକ, ଉତ୍କଳଯାଦବ ମହାସଭାର ଜିଲ୍ଲା ସାଧାରଣ ସଂପାଦକ ଶ୍ରୀଯୁକ୍ତ ପର୍ଶୁରାମ ନାୟକ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ କଂସ, ଉପଦେଷ୍ଟା ଶ୍ରୀଯୁକ୍ତ ସୈନିକ ଗୌଡ, ଜିଲ୍ଲା ଯୁବ ଯାଦବ ସଭାପତି ଶ୍ରୀଯୁକ୍ତ ନବ କିଶୋର ଗୌଡ, ପାପଡାହାଣ୍ଡି ବ୍ଳକ ଯାଦବ ସଭାପତି ଶ୍ରୀଯୁକ୍ତ ହରୀ ଗୌଡ, ଡାବୁଗାଁ ବ୍ଳକ ଯାଦବ ସଭାପତି ଶ୍ରୀଯୁକ୍ତ କୃପାସିନ୍ଦୁ ଗୌଡ, ଉମରକୋଟ ବ୍ଳକର ଶ୍ରୀଯୁକ୍ତ ଶତ୍ରୁଘ୍ନ ଗୌଡ, ଶ୍ରୀଯୁକ୍ତ ତ୍ରୀନାଥ ମାଝୀ, ଶ୍ରୀଯୁକ୍ତ ଯଦୁ ଗୌଡ, ଶ୍ରୀଯୁକ୍ତ ଧନସିଂ ଗୌଡ, ଶ୍ରୀଯୁକ୍ତ ବିର ଗୌଡ, ରାଇଘର ବ୍ଳକ ସଭାପତୀ ଶ୍ରୀଯୁକ୍ତ ଲଖିନାଥ ରାଉତ, ଶ୍ରୀଯୁକ୍ତ ଗୋରେଖ ରାଉତ, ଚନ୍ଦାହାଣ୍ଡି ବ୍ଳକ ସଭାପତି ଶ୍ରୀଯୁକ୍ତ ଜଗଦିଶ୍ ଗୌଡ, ବ୍ଳକ ଯୁବ ଯାଦବ ସଭାପତି ଶ୍ରୀଯୁକ୍ତ ଭୋଦେବ ବାଘ ପ୍ରମୁଖ ଆଦର୍ଶ ପ୍ରତିଭା ସମାଜସେବୀ ସ୍ଵର୍ଗତ କାର୍ତ୍ତିକ ଚନ୍ଦ୍ର ବାଘଙ୍କ ଗୁଣଗାନ କରି ତାଙ୍କର ଆଦର୍ଶ ବ୍ୟକ୍ତିତ୍ଵ ଓ ସମାଜ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ପାଇଁ ନବରଙ୍ଗପୁର ତଥା ସମଗ୍ର ଓଡ଼ିଶା ବାସୀଙ୍କ ହୃଦୟରେ ସେ ସ୍ଥାନ ପାଇବେ ବୋଲି ପ୍ରକାଶ କରିଥିଲେ। ତାଙ୍କ ସ୍ଥାନ ଅପୂରଣୀୟ। ସମାଜ ପାଇଁ ତାଙ୍କର ଅବଦାନ ଅତୁଳନୀୟ ତଥା ଅବିସ୍ମରଣୀୟ ବୋଲି ବକ୍ତା ମାନେ ତାଙ୍କ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ଶୋକ ସନ୍ତପ ପରିବାର ବର୍ଗଙ୍କୁ ଅସୀମ ସାହସ, ଶକ୍ତି ଓ ଧର୍ଯ୍ୟ ଦିଅନ୍ତୁ। ସ୍ବର୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ଉପସ୍ଥିତ ସମସ୍ତ ଅତିଥି ଏବଂ କର୍ମକର୍ତ୍ତା ତାଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ତିନି ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦ୍ବାରିକାନାଥ ବାଘ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ସଭା ଭଙ୍ଗ କରା ଯାଇଥିଲା।

ad-week
Leave A Reply

Your email address will not be published.