ଯୁବତୀଙ୍କ ଜୀବନ ନେଇଗଲା ମୁକୁଳା ଡ୍ରେନ୍‌

add-all

ବେଙ୍ଗାଲୁରୁ: ମୃତ୍ୟୁର ଠିକଣା କିଏ ଦେଖିଛି। ବାଟରେ ଚାଲୁ ଚାଲୁ ମୃତ୍ୟୁ କେଉଁଠି ଅପେକ୍ଷା କରିଥିବ ତାହା କିଏ ଜାଣିଛି। ଆଜି ଠିକ୍‌ ସେମିତି ଏକ ଦୁଃଖଦ ଘଟଣାଟିଏ ଘଟିଛି। ଜଣେ ୨୩ ବର୍ଷୀୟ ଯୁବତୀ ସ୍କୁଟିରେ ଯାଉ ଯାଉ ହଠାତ୍‌ ମୃତ୍ୟୁର ଦଉଡ଼ିଆସ ତାକୁ ଟାଣି ନେଇଛି। ଘଟଣାଟି ବାଙ୍ଗାଲୁରୁରେ ଘଟିଛି। ଯୁବତୀ ଜଣକ ସ୍କୁଟିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ର ଡ୍ରେନରେ ଖସିପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଯୁବତୀ ଜଣକ ହେଉଛନ୍ତି ତାରା ବାଦାଇକ୍‌। ଦୁର୍ଘଟଣାଟି ଅଶ୍ୱନାଥନଗର ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ଯୁବତୀ ଜଣକ ସହ ଆଉ ଜଣେ ମଧ୍ୟ ସ୍କୁଟିରେ ଥିଲେ। ତେବେ ଆଜି ୧୨ଟା ୩୦ରେ ବେଳେ ଉଭୟେ ସ୍କୁଟିରେ ଯାତ୍ରା କରୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ତାରା ରାସ୍ତାକଡ଼ ଡ୍ରେନ୍‌କୁ ଖସିପଡ଼ିଥିଲେ।
ତାରାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କୁହାଯାଉଛି ମୁକୁଲା ଡ୍ରେନ୍‌ ଯୋଗୁ ଆଜି ଝିଅଟିର ପ୍ରାଣ ଚାଲିଗଲା। ବେଙ୍ଗାଲୁରୁରେ ଏବେ ବର୍ଷା ବିତ୍ପାତ ଯୋଗୁ ସମଗ୍ର ସହର ଜଳମଗ୍ନ ହୋଇଥିଲା । ଗୋଟିଏ ପଟେ ପାଣି ନିଷ୍କାସନ ହୋଇ ନପାରି ସାଧାରଣ ଲୋକେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଅନ୍ୟପଟେ ମୁକୁଳା ଡ୍ରେନ୍‌ ଜୀବନ ନେବାକୁ ଆଁ କରି ଚାହିଁଛି। କିନ୍ତୁ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ।

ad-week
Leave A Reply

Your email address will not be published.