ପରପାରିରେ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ

add-all

ନୂଆଦିଲ୍ଲୀ: ଜ୍ୟୋତିଶପୀଠ ଶଙ୍କରାଚାର୍ଯ୍ୟଙ୍କ ସ୍ୱରୂପାନନ୍ଦ ସରସ୍ୱତୀଙ୍କର ଆଜି ୯୯ବର୍ଷ ବୟସରେ ପରଲୋକ ଘଟିଛି। ମଧ୍ୟପ୍ରଦେଶର ନିରସିଂହପୁରରେ ତାଙ୍କର ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟଜନିତ ଶାରିରୀକ ଅସୁସ୍ଥତା କାରଣରୁ ଶଙ୍କରାଚାର୍ଯ୍ୟ ଶେଷ ନିଶ୍ୱରସ ତ୍ୟାଗ କରିଛନ୍ତି। କୁହାଯାଉଛି ମୃତ୍ୟୁ ବେଳକୁ ତାଙ୍କୁ ଏକ ସାମାନ୍ୟ ହୃଦଘାତ ହୋଇଥିଲା। ଆଜି ଅପରାହ୍ନ ପ୍ରାୟ ୩ଟା ୫୦ରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ୱରୂପାନନ୍ଦ ସରସ୍ୱତୀଙ୍କ ସୋମବାର ବିଧି ଅନୁଯାୟୀ, ଅନ୍ତିମ ସଂସ୍କାର କରାଯିବ। ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗଭୀର ଶୋକ ପ୍ରକାଶ କରିଛନ୍ତି । ୧୯୨୪ ସେମପ୍ଟେମ୍ବର ୨ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ।
କିଛି ଦିନ ପୂର୍ବରୁ, ସେ ନିଜର ୯୯ତମ ଜନ୍ମଦିନ ପାଳନ କରିଥିଲେ। ସେ ଦ୍ୱାରକା ଏବଂ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ଥିଲେ। ଦେଶକୁ ସ୍ୱାଧୀନତା ଦେବା ପାଇଁ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ମଧ୍ୟ ବ୍ରିଟିଶମାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ପିଲାଦିନେ ତାଙ୍କର ନାମ ପୋଥିରାମ ଥିଲା। ସେ କାଶୀରେ କରପାତ୍ରୀ ମହାରାଜଙ୍କଠାରୁ ଧର୍ମ ଶିକ୍ଷା କରିଥିଲେ। ସେ ୧୯୪୨ମସିହାରେ ଭାରତ ଛାଡ୍ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିବା ବେଳେ ତାଙ୍କୁ ଦୁଇଥର ଜେଲ ଯିବାକୁ ପଡିଥିଲା। ୧୯୮୯ରେ ସେ ଶଙ୍କରାଚାର୍ଯ୍ୟ ଆଖ୍ୟା ପାଇଥିଲେ।

ad-week
Leave A Reply

Your email address will not be published.