ସୋନାଲୀ ଫୋଗାଟ୍‌ ହତ୍ୟା ମାମଲାର ‘ସିବିଆଇ’ ଦତନ୍ତ ଦାବିକୁ ଅନୁମୋଦନ କଲେ ଗୋଆ ସରକାର

add-all

ନୂଆଦିଲ୍ଲୀ: ଆଜି ଗୋଆ ସରକାର ପୂର୍ବତନ ‘ଟିକ୍‌ ଟକ୍‌ ଷ୍ଟାର୍‌’ ତଥା ‘ବିଗ୍‌ବସ୍‌ ସୋ’ର ପ୍ରତିଦ୍ବନ୍ଦ୍ବୀ ସୋନାଲୀ ଫୋଗାଟ୍‌ ହତ୍ୟା ମାମଲାରେ ‘ସବିଆଇ’ ତଦନ୍ତ ଦାବିକୁ ଅନୁମୋଦନ ଦେଇଛନ୍ତି। ଗୋଆ ପୁଲିସର ତଦନ୍ତରେ ଅସନ୍ତୁଷ୍ଟ କହି ‘ସିବିଆଇ’ ତଦନ୍ତ କରାଯାଉ ବୋଲି ନିବେଦନ କରି ରବିବାର ଦିନ ସୋନାଲୀ ଫୋଗାଟ୍‌ଙ୍କ ପରିବାର ଲୋକେ ମଧ୍ୟ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟର୍‌ଙ୍କୁ ଭେଟିଥିଲେ।
ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ଗୋଆ ପୁଲିସ ଉପରେ ଆମର ଅଖଣ୍ଡ ବିଶ୍ବାସ ଅଛି, କିନ୍ତୁ ସୋନାଲୀ ଫୋଗାଟ୍‌ଙ୍କ ଝିଅର ଦାବି ହେତୁ ମୁଁ ‘ସିବିଆଇ’ ତଦନ୍ତ ଅନୁମୋଦନ କରିଛି।
ଗୋଆ ପୁଲିସ ଏହି ମାମଲାରେ ଅନେକ ଭଲ ସୂତ୍ର ପାଇଛି। କିନ୍ତୁ, ସୋନାଲୀ ଫୋଗାଟ୍‌ଙ୍କ ଝିଅ ଓ ପରିବାର ଲୋକେ ଏହି ମାମଲା‌ର ‘ସିବିଆଇ’ ତଦନ୍ତ ଦାବି କରୁଛନ୍ତି। ଅନେକ ଲୋକ ମଧ୍ୟ ତାହା କରିବା ପାଇଁ ଅନୁରୋଧ କରିଛନ୍ତି। ଏହି ମାମଲା ‘ସିବିଆଇ’କୁ ହସ୍ତାନ୍ତର କରିବା ଲାଗି ମୁଁ ଗୃହମନ୍ତ୍ରୀଙ୍କୁ ପତ୍ର ଲେଖିବି ବୋଲି ସେ କହିଛନ୍ତି।
ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଟୁଇଟ୍‌ କରି କହିଛନ୍ତି, ‘ସିବିଆଇ’ ତଦନ୍ତ ପାଇଁ ଲୋକେ ଦାବି କରିବାରୁ, ବିଶେଷ କରି ତାଙ୍କ ଝିଅ ଅନୁରୋଧ କରିବାରୁ ଆମେ ଏହି ମାମଲାକୁ ଆଜି ‘ସିବିଆଇ’କୁ ହସ୍ତାନ୍ତର କରୁଛୁ। ମାମଲା ହସ୍ତାନ୍ତର ପାଇଁ ମୁଁ ଗୃହମନ୍ତ୍ରୀଙ୍କୁ ପତ୍ର ଲେଖୁଛି। ଆମ ପୁଲିସ ଉପରେ ଆମର ଭରସା ଅଛି ଏବଂ ସେମାନେ ଭଲ ତଦନ୍ତ କରୁଛନ୍ତି, କିନ୍ତୁ ଲୋକେ ଦାବି କରିବାରୁ ମାମଲା ‘ସିବିଆଇ’କୁ ଦେଉଛୁ।

ad-week
Leave A Reply

Your email address will not be published.