୫ ଲକ୍ଷ ଟଙ୍କା ଡିଲ୍‌ ବେଳେ ହନୁମାନ ପଇସା ବେପାରି ଗିରଫ

add-all

ଦେବଗଡ଼ ୧୪/୦୯: ୫ ଲକ୍ଷ ଟଙ୍କାରେ ଡିଲ୍‌ ହେଉଥିଲା ହନୁମାନ ପଇସା। ଏହି ସମୟରେ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ଉ କରି ବ୍ୟବସାୟୀଙ୍କୁ କାବୁ କରିଛି। ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କତ୍ରାପାଲି ଗାଁରେ ଏପରି ଘଟଣା ସାମ୍ନାକୁ ଆସିଛି। ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡ ଗ୍ରାହକ ବେଶରେ କତ୍ରାପାଲି ଗାଁରେ ଅପେକ୍ଷା କରିଥିଲେ। ଅନ୍ୟପଟେ ହନୁମାନ ପଇସା ବିକ୍ରି ପାଇଁ ଆସିଥିବା ହରିପୁର ଗାଁର ଅଭିଯୁକ୍ତ ଯୋଗିନ୍ଦ୍ର ନାଗକୁ ସ୍ପେଶାଲ ସ୍କ୍ୱାର୍ଡ କାବୁ କରିଛି।

ଯୋଗିନ୍ଦ୍ର ପାଖରୁ ପୋଲିସ ୧୭୧୭ ମସିହାର ଏକଅଣା ଅଧା ଲେଖା ଥିବା ଗୋଟିଏ ତମ୍ବା ପଇସା ଓ ୧୮୪୨ ମସିହାର ଏକ ଅଣା ଲେଖାଥିବା ଗୋଟିଏ ତମ୍ବା ପଇସା ଜବତ କରିଛି। ଏ ସମ୍ପର୍କରେ ରିଆମାଳ ଥାନାରେ ଏକ ମାମଲା ଅଭିଯୋଗ ନମ୍ବର ୪୨୪ ଦଫା, ଆଇପିସି ଧାରା ୪୧୯/୪୨୦ ଓ ୨୫ (୧)(୨), ୧୯୭୨ ଆଣ୍ଟିକ୍ୟୁଟିଜ ଏଣ୍ଡ ଆର୍ଟ ଟ୍ରେଜେରୀ ଆକ୍ଟ ଅନୁଯାୟୀ ମାମାଲା ରୁଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି l ଏନେଇ ବୁଧବାର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପି ପ୍ରମୋଦ ରଥ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.