ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’; ଶିଳ୍ପପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର : ମୁମ୍ବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ । ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାପୂର୍ବରୁ ଇଣ୍ଡଷ୍ଟ୍ରି କ୍ୟାପଟେନମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି । ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଏସବିଆଇ ଚେୟାରମ୍ୟାନ୍‌ ଦୀନେଶ କୁମାର ଖନ୍ନା, ଓ୍ଵାରୀ ଇଞ୍ଜିନିୟର୍ସ ଲିମିଟେଡ୍‌ ଚେୟାରମ୍ୟାନ୍‌ ହିତେଶ ଦୋଶୀ, ଅପାର୍‌ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ଚୈତନ୍ୟ ଦେଶାୟୀ ପ୍ରମୁଖଙ୍କ ସହ ଓ୍ଵାନ୍‌ ଟୁ ଓ୍ଵାନ୍‌ ଆଲୋଚନା କରିଛନ୍ତି । ସେହିପରି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଚେୟାରମ୍ୟାନ୍‌ ଏସ୍‌. ଏସ୍‌. ମୁନ୍ଦ୍ରା, ସୁପ୍ରିମ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଚେୟାରମ୍ୟାନ୍‌ ଏମପି ଟାପରିଆ, ଜେଏମ୍‌ ବକ୍ସିର ଚେୟାରମ୍ୟାନ୍‌ ଧ୍ରୁବ କୋଟାକ, ରାଲସେନ୍‌ ଏଣ୍ଡ ଟର୍ବୋର ହୋଲ୍‌ ଟାଇମ୍‌ ଡିରେକ୍ଟର ଡି. କେ. ସେନ୍‌, ଏସଟିଟି ଡିଜିସି ଇଣ୍ଡିଆ ସିଏଫଓ ବିମଳ ଖଣ୍ଡେଲଓ୍ଵାଲ୍‌ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।

ଏମାନଙ୍କ ବ୍ୟତୀତ ଏଚଡିଏଫ୍‌ସି ବ୍ୟାଙ୍କ କଣ୍ଟ୍ରି ହେଡ୍‌ ଅରବିନ୍ଦ ଭୋରା, ICICI ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଝାଙ୍କ ସହ ବି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଇଣ୍ଡଷ୍ଟ୍ରି ଲିଡରଙ୍କ ସହ ଆଲୋଚନା ପରେ, ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ସେଠାରେ ଓଡ଼ିଶାରେ ନିବେଶ ସୁଯୋଗ ଓ ଶିଳ୍ପ ଅନୁକୂଳ ବାତାବରଣ ବାବଦରେ ଅବଗତ କରାଯିବ । ଆସନ୍ତାକାଲି ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ ଯିବେ ମୁଖ୍ୟମନ୍ତ୍ରୀ । ସକାଳ ନଅଟାରେ ଓପନିଂ ବେଲ୍‌ ବଜାଇବାର କାର୍ଯ୍ୟକ୍ରମ ରହିଛି ।

ad-week
Leave A Reply

Your email address will not be published.