ଜମ୍ମୁ ଓ କଶ୍ମୀରର ନୌଗାମ୍‌ରେ ଏନ୍‌କାଉଣ୍ଟର୍‌: ୨ ଆତଙ୍କବାଦୀ ନିହତ

add-all

ଶ୍ରୀନଗର: ବୁଧବାର ଦିନ ଶ୍ରୀନର ଜିଲ୍ଲାର ନୌଗାମ୍‌ ଅଞ୍ଚରେ ଘଟିଥିବା ଏନ୍‌କାଉଣ୍ଟର୍‌ରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।

ଏ ସଂକ୍ରାନ୍ତରେ କେତେଗୁଡ଼ିଏ ଟୁଇଟ୍‌ ପୋଷ୍ଟ୍‌ କରି କଶ୍ମୀର ଜୋନ୍‌ ପୁଲିସ କହିଛି ଯେ, ନିହତ ଆତଙ୍କବାଦୀମାନେ ‘ଆନ୍‌ସର୍‌ ଗଜ୍‌ୱାତ୍‌-ଉଲ୍‌-ହିନ୍ଦ୍‌’ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ଥିଲେ।

ନିହତ ଆତବାଦୀମାନଙ୍କ ମଧ୍ୟରୁ ଜଣେ ଥିଲେ ପୁଲ୍‌ୱାମାର ଐଜାଜ୍‌ ରସୂଲ ନାଜାର ଏବଂ ଶାହିଦ୍‌ ଅହମ୍ମଦ୍‌ ଓରଫ୍‌ ଅବୁ ହାଜ୍‌ମା। ଚଳିତ ମାସ ପ୍ରାରମ୍ଭରେ ପଶ୍ଚିମବଙ୍ଗରୁ ଆସିଥିବା ଶ୍ରମଜୀବୀ ମୁନୀର ଉଲ୍‌ ଇସ୍‌ଲାମ୍‌ଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଉଭୟ ସମ୍ପୃକ୍ତ ଥିଲେ ବୋଲି ପୁଲିସ କହିଛି।

ବୁଧବାର ରାତି ୮.୨୭ରେ କଶ୍ମୀର ଜୋନ୍‌ ପୋଲିସ୍‌ ଟୁଇଟ୍‌ କରି ଲେଖିଛି: ପୁଲିସଦ୍ବାରା ସଂଗୃହୀତ ତଥ୍ୟକୁ ଭିତ୍ତି କରି ଶ୍ରୀନଗର ଜିଲ୍ଲାର ନୌଗାମ୍‌ ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା। ଏଥିରେ ଭାଗ ନେଇଥିଲେ ଶ୍ରୀନଗର ପୁଲିସ ଏବଂ ‘୫୦ଆର୍‌ଆର୍‌’ ।

ଜଣେ ଆତଙ୍କବାଦୀଙ୍କୁ ରାତି ୮.୪୬ରେ ଓ ଆଉ‌ ଜଣେ ଆତଙ୍କବାଦୀଙ୍କୁ ରାତି ୯.୧୩ରେ ହତ୍ୟା କରାଯାଇଥିବା କଥା କଶ୍ମୀର ଜୋନ୍‌ ପୁଲିସ କହିଛି।

ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ସଂଗଠିତ ଏନ୍‌କାଉଣ୍ଟର୍‌ରେ ଜଣେ ଅଚିହ୍ନା ଆତଙ୍କବାଦୀ ନିହତ ଏବଂ ଜଣେ ନିରାପତ୍ତା କର୍ମଚାରୀ ଆହତ ହେବାର ଦିନକ ପରେ ଉପରୋକ୍ତ ଘଟଣା ଘଟିଛି।

ad-week
Leave A Reply

Your email address will not be published.