ଲୋକଙ୍କ ପାଇଁ କାମ କଲେ କ୍ଲାନ୍ତ ଅନୁଭବ ହୁଏନି: ନବୀନ

youtube

ଭୁବନେଶ୍ୱର ୧୬/୦୯: ଲୋକଙ୍କ ପାଇଁ କାମ କଲେ କଷ୍ଟ ଲାଗେନି । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନଙ୍କ ପ୍ରଶ୍ନରେ ଇଏ ଥିଲା ନବୀନଙ୍କ ଉତ୍ତର । ମୁମ୍ବାଇରେ ନିବେଶକଙ୍କ ସହିତ ଗୋଟିଏ ପରେ ଗୋଟିଏ ବୈଠକ କରି ଓଡିଶାରେ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ ନବୀନ । କୁହାଯାଉଛି ଗୋଟିଏ ଦିନରେ ଛୋଟ ବଡକୁ ମିଶାଇ ୧୮ଟି ବୈଠକ ମୁଖ୍ୟମନ୍ତ୍ରୀ କରିଥିଲେ। ମୁମ୍ବାଇ ଗସ୍ତରେ ଅଛନ୍ତି ନବୀନ।

କିନ୍ତୁ ଏସବୁ ଭିତରେ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି । କ୍ୟାମେରା ଫ୍ରେମରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଏଥିରେ ରହିଛି ପାଣ୍ଡିଆନଙ୍କ ପ୍ରଶ୍ନ ଓ ନବୀନଙ୍କ ଉତ୍ତର । ପାଣ୍ଡିଆନ ପଚାରିଛନ୍ତି ଗୋଟିଏ ଦିନରେ ଆପଣ ୧୮ଟି ବୈଠକ କରୁଛନ୍ତି, ଆପଣ କ୍ଲାନ୍ତ ଅନୁଭବ କରୁ ନାହାନ୍ତି କି ? ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଲୋକଙ୍କ ପାଇଁ କାମ କରିବା ସମୟରେ ମୋତେ କଷ୍ଟ ଅନୁଭବ ହୋଇନଥାଏ । ତେବେ ତୃତୀୟ ପ୍ରଶ୍ନରେ ୫-t ସଚିବ କହିଥିଲେ ଯେ, ଥ୍ୟାଙ୍କ ୟୁ ସାର୍, ଆପଣଙ୍କ ଏହି ଶୈଳୀ ଆମମାନଙ୍କୁ ଆଗକୁ କାମ କରିବାର ଯୋଗାଉଛି ପ୍ରେରଣା ।

ଏହି ୨୫ ସେକେଣ୍ଡର ଭିଡିଓ ଏବେ ସୋସିାଲ ମିଡିଆରେ ଭାଇରାଲ୍ ହୋଇଛି । ଯାହାକୁ ନିଜ ଇନଷ୍ଟାରେ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ । ଯେଉଁଥିରେ ପାଣ୍ଡିଆନ ପ୍ରଶ୍ନ ପଚାରୁଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ବି ନିଜ ଚିରାଚରିତ ଢଙ୍ଗରେ ଉତ୍ତର ଦେଉଛନ୍ତି । ମୁମ୍ବାଇର ପଂଚତାରକା ହୋଟେଲରେ ଏହି ଭିଡିଓ ସୁଟିଂ ହୋଇଛି ।

Leave A Reply

Your email address will not be published.