
ନୂଆଦିଲ୍ଲୀ ୧୬/୦୯: ଖୁବ୍ ଶୀଘ୍ର ଓଡ଼ିଶାରେ ଉପଲବ୍ଧ ହେବ 5-G ସେବା । ଭୁବନେଶ୍ବରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟିରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ର ଆଇ.ଟି. ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଥି ସହ ଖୁବ୍ ଶୀଘ୍ର ସୋଆରେ 5-G ଲ୍ୟାବ୍ ଓ ସଫ୍ଟଓ୍ବେର ଡେଭେଲପମେଣ୍ଟ ଲ୍ୟାବ୍ ମଧ୍ୟ କରାଯିବ।
ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ କ୍ୟାରିୟରକୁ ନେଇ ରଚିତ ପୁସ୍ତକ ମୋଦି ଆଟ୍ ଟ୍ବେଣ୍ଟି, ଡ୍ରିମ୍ ମିଟ୍ ଡେଲିଭରି ଉପରେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଅଶ୍ବିନୀ କହିଥିଲେ , ଦେଶ ପାଇଁ ଦେଖୁଥିବା ସ୍ବପ୍ନକୁ ସାକାର କରି ଦେଶକୁ ବିଶ୍ବର ଶକ୍ତିଶାଳୀ ଦେଶଙ୍କ ସହ ସମକକ୍ଷ କରିବା ଦରକାର ।୨୦୨୩ରେ ଭାରତରେ ଗଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍ । ଭାରତୀ୍ୟ ଜ୍ଞାନ କୌଶଳରେ ନିର୍ମାଣ ହେଉଥିବା ଏହି ଟ୍ରେନ୍ ଆସନ୍ତାବର୍ଷ ସ୍ୱାଧୀନତା ଦିବସରେ ଶୁଭାରମ୍ଭ ହେବ । ସେହିଭଳି ସବୁ ଜିଲ୍ଲା ହେଡକ୍ବାର୍ଟରକୁ ରେଳଯୋଗାଯୋଗ ହେବ ବୋଲି କହିଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଥି ସହ କେନ୍ଦ୍ର ସରକାର ଷ୍ଟାଟଅପ୍ ପ୍ରୋଗ୍ରାମ ଦ୍ବାରା ଯୁବକମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି । ବଡ଼ ବଡ଼ କାମ ହାତକୁ ନେବାକୁ ସହାୟତା ଯୋଗାଇଦେଉଛନ୍ତି ମୋଦି ସରକାର । ୧୦ବର୍ଷ ତଳେ ମାତ୍ର ୪ଶହ ଷ୍ଟାଟଅପ୍ କମ୍ପାନୀ ଥବା ବେଳେ ଏବେ ଏହା ୭୫ହଜାର ଟପିଲାଣି । ଯେଉଁଥିରେ ୫ଲକ୍ଷରୁ ଅଧିକ ଯୁବକ ନିଯୁକ୍ତି ପାଇପାରିଛନ୍ତି ।