ହାଇଡ୍ରା ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ

add-all

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ହାଇଡ୍ରା ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ ଲିଜା ଧୁରିଆ ଓ ତାଙ୍କ ଘର ଜମିଦାରପଡ଼ା ବୋଲି ଜଣାପଡିଛି। ଲିଜା ସାଇକେଲରେ ଅର୍ଡ଼ା କଲେଜକୁ ଯାଉଥିବା ସମୟରେ ରାସ୍ତାରେ ତାଙ୍କୁ ଏକ ବଡ଼ ହାଇଡ୍ରା ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦା ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସଦର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ପ୍ରୟାସ କରୁଛନ୍ତି।

ad-week
Leave A Reply

Your email address will not be published.