
ଭୁବନେଶ୍ୱର ୧୬/୦୯: ଆଜି ରାଜଧାନୀ ଭୁବନେଶ୍ବରରେ ସୂର୍ଯ୍ୟକିରଣ ଏୟାର ସୋ । ବାୟୁସେନା ଦେଖାଇଛି ଦମଦାର ପ୍ରଦର୍ଶନ । କୂଆଖାଈ ବାଲିଯାତ୍ରା ପଡିଆରେ ହୋଇଥିଲା ଏହି ସୂର୍ଯ୍ୟକିରଣ ସୋ । ଦେଖିବାକୁ ମିଳିଲା ଶହ ଶହ ସଂଖ୍ୟାରେ ଭିଡ । ଆକାଶରେ ଗର୍ଜିଥିଲା ୯ ଲଢୁଆ ହକ୍ ବିମାନ । ଘଣ୍ଟାକୁ ୧୬୦୦ କିଲୋମିଟରେ ବେଗରେ ଉଡିଥିଲା ବିମାନ ।
ଲିଡ୍ ନେଇଥିଲେ ଗ୍ରୁପ୍ କ୍ୟାପଟେନ୍ ଜି.ଏସ ଝେଲନ । ଏକା ସଙ୍ଗେ ୯ଟି ଫାଇଟର୍ ଜେଟ୍ ଉଡ଼ିଲା ବେଳକୁ ଦେଖଣାହାରୀଙ୍କ ଲୋମ ଟାଙ୍କୁରି ଉଠୁଥିଲା ତଳେ। ହଠାତ୍ ବିମାନଗୁଡିକ ୫୦୦ ମିଟର ତଳକୁ ସିଧା ଖସିଆସିଲେ । ଆଖି ପିଛୁଳାକେ ବିମାନ ସବୁ ଦୃଶ୍ୟମାନ ହୋଇନଥିଲା । ଏହା ପରେ ଗୋଟିଏ ପରେ ଗୋଟିଏ ବିମାନ ନିଜର ରଣକୌଶଳ ଦେଖାଇଥିଲା ।