ଯୁବତୀଙ୍କ ଆକାଉଣ୍ଟରୁ ୭ ଲକ୍ଷ ୯୫ ହଜାର ଟଙ୍କା ଲୁଟିନେଲେ ସାଇବର ଠକ

add-all

କଟକ: ପୁଣି ସାଇବର ଠକଙ୍କ କବଳରେ ଯୁବତୀ। ଆକାଉଣ୍ଟରୁ ଲୁଟି ନେଲେ ୭ ଲକ୍ଷ ୯୫ ହଜାର ଟଙ୍କା। କଟକ ସାଇବର ଥାନାରେ ଯୁବତୀଙ୍କ ଏତଲା। ପ୍ରଥମେ ଇନଷ୍ଟାଗ୍ରାମ ଜରିଆରେ ହୋଇଥିଲା ବନ୍ଧୁତା। ନିଜକୁ ସ୍କଟଲ୍ୟାଣ୍ଡ ବାସିନ୍ଦା ବୋଲି ପରିଚୟ ଦେଇ ଚାଟ କରୁଥିଲା ସାଇବର ଠକ।

ଇଞ୍ଜିନିୟର ବୋଲି ପରିଚୟ ଦେବା ସହ, ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଠକ। ୪ ଟି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ଯୁବତୀ। ସାଇବର ଠକ ପଠାଇଥିବା ଗିଫ୍ଟ, ବିମାନବନ୍ଦର କଷ୍ଟମ ବିଭାଗରୁ ମୁକୁଳାଇବା ପାଇଁ ଟଙ୍କା ମାଗିଥିଲା ଠକ। ଠକେଇ ପଛରେ ନାଇଜେରିଆନ ବା ଜାମତରା ଗ୍ୟାଙ୍ଗ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ad-week
Leave A Reply

Your email address will not be published.