ପୋଖରୀ କୂଳରୁ ୩ ନବଜାତ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର

add-all

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର ଇନ୍ଦୁପୁର ଗ୍ରାମର ନଟିପୋଖରୀ କୂଳରେ କେହି ତିନିଗୋଟି ଶିଶୁକନ୍ୟା ଭୃଣ ହତ୍ୟା କରି ଫୋପାଡ଼ି ଦେଇଥିବାର ଶୁକ୍ରବାର ପୂର୍ବାହ୍ନରେ ଦେଖିବାକୁ ମିଳିଛି। ସରକାର ଭୃଣ ହତ୍ୟା ବିରୋଧରେ ଡେଙ୍ଗୁରା ପିଟି ଚାଲିଛନ୍ତି। ହେଲେ ନର୍ସିଂହୋମଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଖପାଖରେ ଥିବା ବିଭିନ୍ନ ଘରୋଇ କ୍ଲିନିକରେ କନ୍ୟା ଭ୍ରୁଣ ହତ୍ୟା ସହିତ ଶିଶୁ କନ୍ୟାମାନଙ୍କର ହତ୍ୟା ଚାଲିଛି। କନ୍ୟା ଭୃଣ ହତ୍ୟା ନକରିବା ପାଇଁ ସରକାର ଦିନକୁ ଦିନ ନିୟମ ପରେ ନିୟମ କରି ଚାଲିଛନ୍ତି। ହେଲେ ସହରରେ ଯେଉଁ ସବୁ ଘରୋଇ କ୍ଲିନିକ ଖୋଲାଯାଇଛି, ଏପରିକି ସରକାରୀ ଡାକ୍ତରମାନେ ମଧ୍ୟ ନିଜେ ନିଜେ କ୍ଲିନିକ ଖୋଲି ଟଙ୍କା ରୋଜଗାର କରିବାରେ ବ୍ୟସ୍ତ। କନ୍ୟା ଭୃଣ କିମ୍ବା ଶିଶୁ କନ୍ୟା ହତ୍ୟା ଭଳି ଜଘନ୍ୟ ହତ୍ୟାକାଣ୍ଡ ସହରରେ ପ୍ରତିଦିନ ଚାଲିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସବୁ ଜାଣି ନ ଜାଣିଲା ପରି ନୀରବ ଦ୍ରଷ୍ଟା ସାଜିଛି। ଉଦାହରଣ ସ୍ୱରୂପ ସେହିପରି ଏକ ଜଘନ୍ୟ କାଣ୍ଡ ଇନ୍ଦୁପୁର ପଞ୍ଚାୟତର ନଟିପୋଖରୀ କୂଳରେ ଦେଖିବାକୁ ମିଳିଛି। ତିନି ତିନୋଟି ଶିଶୁକନ୍ୟାଙ୍କୁ କେହି ମାରି ପକାଇଦେଇଛନ୍ତି ବୋଲି ଖବର ନେବାରୁ ଜଣାଯାଇଛି।

ad-week
Leave A Reply

Your email address will not be published.