ଓଟିଇଟି ପରୀକ୍ଷାରେ କପି ଘଟଣା: ମାଲକାନଗିରିର ୩ଟି କେନ୍ଦ୍ର ଅଯୋଗ୍ୟ ଘୋଷିତ

add-all

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଗତ ୨୯ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷାରେ ବ୍ୟାପକ କପି ହୋଇଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗ ଏହାକୁ ଅଯୋଗ୍ୟ ଘୋଷିତ କରିଛି।ମାଲକାନଗିରିରେ ହୋଇଥିବା ତିନୋଟି ସେଣ୍ଟରରେ ଓଟିଇଟି ପରୀକ୍ଷା ସଂପୂର୍ଣ୍ଣ ରୂପେ ମାଲପ୍ର୍ରାକଟିସ ହୋଇଥିବା ନେଇ ବିଭାଗ କହିଛି। ତେଣୁ ଆଗାମୀ ନୋଟିଫିକେସନ ହେବା ପରେ ପୁଣି ମାଲକାନଗିରିରେ ପରୀକ୍ଷା କରାଯିବ ବୋଲି କୁହାଯାଇଛି। ଏହାର ସାତ ଦିନ ପୂର୍ବରୁ ପରୀକ୍ଷାର୍ଥୀମାନେ ଵେବ ସାଇଟରୁ ନିଜର ପ୍ରବେଶ ପତ୍ର ପାଇପାରିବେ ବୋଲି କୁହାଯାଇଛି। ତେବେ ଯେଉଁ ପିଲାମାନେ ଏଥିରେ ପାସ କରିଥିବେ ସେମାନଙ୍କୁ ଏହା ନିଶ୍ଚିତ ରୂପେ ବାଧିଥିବ ବୋଲି ଆଲୋଚନା ଜୋର ଧରିଛି। ଆଉଯେଉଁମାନେ ଫେଲ ହେବାର ଭୟ ରହିଥିଲା ସେମାନଙ୍କ ପାଇଁ ଖୁସିର ଖବର।ତେବେ ଏହି ପରୀକ୍ଷାର ଉତ୍ତର ପତ୍ର କେଉଁଠାରୁ ଆସିଲା ସେନେଇ ତଦନ୍ତ କରାଯାଉ ନାହିଁ। ଯେଉଁଥିପାଇଁ ନିରୀହ ଶିକ୍ଷକମାନେ ବଳି ପଡିଲେ।

କିଛି ନ୍ୟାସ୍ତସ୍ବାର୍ଥ ଶିକ୍ଷକମାନେ ଏହି ଉତ୍ତରକୁ ବାହାରୁ ଆଣି ବଜାରରେ ଚଢା ଦରରେ ବିକ୍ରି କରିବା ପରେ ଏହା ଦାଣ୍ଡରେ ପଡି ହାଟରେ ଗଡିଲା। ଯାହାଫଳରେ ଶିକ୍ଷକମାନେ ସହଜରେ ଓଟିଇଟି ପାସ କରିଯିବାର ଯେଉଁ ଉପାୟ କରିଥିଲେ ତାହା ବନ୍ଦ ହୋଇଗଲା। ଯେଉଁମାନେ ୫ ହଜାରରୁ ଉର୍ଦ୍ଧ୍ବ ଟଂକା ଦେଇ ଏହି ଉତ୍ତର ପତ୍ର ଖରିଦ କରିଥିଲେ।ସେମାନେ ଏବେ କ୍ଷତି ସହିଲେ ବୋଲି ଆଲୋଚନା ଜୋର ଧରିଛି। ତେବେ ବିଭାଗ ପକ୍ଷରୁ କେହି ଜଣେ ହିଁ ଏହି ଉତ୍ତର ପତ୍ର ବାହାର କରି ବଜାରରେ ବିକ୍ରି କରିଛି। ତେଣୁ କିଏ ଦୋଷୀ ତାକୁ ଧରିବା ପାଇଁ ଶିକ୍ଷକ ମହଲରେ ଦାବି ହୋଇଛି। ମାଲକାନଗିରିର ଏହି ତିନୋଟି ସେଣ୍ଟରରେ ବ୍ୟାପକ କପି ହେବା ନେଇ ଜିଲ୍ଲା ଶିକ୍ଷା ବିଭାଗକୁ ପଚାରାଯିବାରୁ ସେମାନେ କିଛି କପି ହୋଇନଥିବା ଯୁକ୍ତି ବାଢୁଥିଲେ। ତେବେ ଏବେ କିନ୍ତୁ ସମସ୍ତେ ଚୁପ ହୋଇଯାଇଛନ୍ତି।

ad-week
Leave A Reply

Your email address will not be published.