ବିଜେଡିର ପଚିଶି ବର୍ଷ ପୁର୍ତ୍ତୀରେ ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

add-all

ଫୁଲବାଣୀ :-ବିଜୁ ଜନତା ଦଳର ୨୫ ତମ ପୂର୍ତ୍ତି ଅବସରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ବିଜୁ ଯୁବ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ l ଏଥି ସହିତ ଅନ୍ୟତମ ଅତିଥି ଭାବେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ,ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ଛାତ୍ର ସଭାପତି ସୁନୀଲ ସେଠୀ, ମହିଳା ସଭାନେତ୍ରୀ ପୁନମ କଁହର ,ନଗର ସଭାପତି ସୁଧୀର କଁହର ସମେତ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ lମୋଟ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l

ad-week
Leave A Reply

Your email address will not be published.