ମୂଳାଷ୍ଟମୀରେ ଆରମ୍ଭ ହେଲା ପାର୍ବଣ ପୂଜା, ଝଙ୍କଡ଼ ପୀଠରେ ଚାଲିବ ଷୋଡଶ ଉପଚାର ପୂଜା

add-all

ଜଗତସିଂହପୁର: ଆଜି ପବିତ୍ର ମୂଳାଷ୍ଟମୀ। ଆଜି ଠାରୁ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେଦୀ ମା’ ଝଙ୍କଡ଼ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନ ବ୍ୟାପୀ ପାର୍ବଣ ପୂଜା ମାଙ୍କ ପୀଠରେ ଅନୁଷ୍ଠିତ ହେବ ।ଏହି ଅବସରରେ ଆଜିଠାରୁ ମା ଜଗତ ଜନନୀଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯିବା ସହ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି କରାଯିବ। ଏଥିସହିତ ମା’ ଙ୍କୁ ସୁସଜ୍ଜିତ ବିମାନରେ ବେଢ଼ା ପରିକ୍ରମା କରାଯିବ। ଗତ ଦୁଇ ବର୍ଷ ହେଲା କୋଭିଡ କଟକଣା ଯୋଗୁ ଶ୍ରଦ୍ଧାଳୁ ମାନେ ମା’ଙ୍କୁ ଦର୍ଶନ କରିପାରୁ ନଥିବା ବେଳେ ଚଳିତ ବର୍ଷ ଭଲରେ ଦର୍ଶନର ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ବେଶ ଆନନ୍ଦ ଦେଖିବାକୁ ମିଳିଛି ।

ad-week
Leave A Reply

Your email address will not be published.