ଜେଏସ୍‌ଡବ୍ଲ୍ୟୁ ବସ୍‌କୁ ଟ୍ରକ୍‌ ପିଟିବା ଘଟଣା, ମୃତ୍ୟୁ ସଂଖ୍ୟା ୮କୁ ଛୁଇଁଲା

add-all

ଝାରସୁଗୁଡ଼ା: ଗତକାଲି ସନ୍ଧ୍ୟା ପ୍ରାୟ ୬.୨୦ଟାରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡ଼ା ଏକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜେନ୍ଦ୍ର ତିୱାରୀ, ଶେର୍ ବାହାଦୁର, ବ୍ରିକ୍ପାଲ ସିଂ, ପଙ୍କଜ ଝା, ଧନକୁମାର ରାୟ, ରାଜେଶ କୁମାର ସିଂ ଓ ସୂରଜ ଠାକୁର। ସେମାନେ ସମସ୍ତେ ରାଜ୍ୟ ବାହାରର ବାସିନ୍ଦା ହୋଇଥିବା ବେଳେ ଝାରସୁଗୁଡ଼ାରେ ଘରଭଡ଼ା ନେଇ ରହୁଥିଲେ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ୨୭ ଜଣରୁ ଗୁରୁତର ଆହତ ହୋଇଥିଲେ।

ସୂଚନା ଅନୁସାରେ, ଠେଲ୍କୁଲି ସ୍ଥିତ ଜେଏସ୍ଡବ୍ଲ୍ୟୁ ବିପିଏସ୍ଏଲ୍ କାରଖାନାର ଟ୍ୟୁବ୍ ମିଲ୍ରେ କାର୍ଯ୍ୟରତ ପ୍ରାୟ ୪୦ ଜଣ କର୍ମଚାରୀ ଜେନେରାଲ୍ ସିଫ୍ଟ ଡ୍ୟୁଟି ସାରି ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୨୦ରେ କାରଖାନାର ବସ୍ (ଓଡି ୨୩ ଏମ୍ ୮୧୩୧)ରେ ଝାରସୁଗଡ଼ା ଅଭିମୁଖେ ବାହାରିଥିଲେ। ଝାରସୁଗଡ଼ାର ଏକ୍ସନ ଇସ୍ପାତ ଛକ ପାଖରେ ବିପରୀତ ଦିଗରୁ ଏକ କୋଇଲା ବୋଝେଇ ହାଇୱା (ଓଆର୍ ୧୬ ଜି ୦୯୫୦) ଦ୍ରୁତଗତିରେ ଆସି ରାସ୍ତା ଉପରେ ଥିବା ଏକ ଗାଈକୁ ଧକ୍କା ଦେଇଥିଲା। ଗାଈକୁ ଧକ୍କା ଦେବାପରେ ହାଇୱାଟି ଭୁଲ୍ ରାସ୍ତାରେ ଯାଇ କର୍ମଚାରୀମାନଙ୍କୁ ନେଇ ଆସୁଥିବା ଏହି ବସ୍ ସହ ଜୋର୍ରେ ଘଷି ହୋଇଯାଇଥିଲା। ଫଳରେ ବସ୍ର ଛାତ ଓ ଗୋଟିଏ ପାଖ ଟିଣ କଭର ଚିରି ହୋଇଯାଇଥିଲା।

ଦୁର୍ଘଟଣା ପରେ ହାଇୱା ଚାଳକ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲା।ବର୍ତ୍ତମାନ କିଛି ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ କିଛି ଜଣ ଝାରସୁଗୁଡା ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି। ଅନ୍ୟକିଛି ଜଣ ବୁର୍ଲାରେ ଚିକିତ୍ସିତ ହେଉଥିବା ଝାରସୁଗୁଡା ସିଡ଼ିଏମଓ କହିଛନ୍ତି।

ad-week
Leave A Reply

Your email address will not be published.